...

2 views

''ରାଧା ବିନା କୃଷ୍ଣ ଅଧା''
ହୃଦୟରେ ମୋର ସାଇତା ସପନ
ଖୋଜେ ଖାଲି ତୁମକୁ
ତୁମ ବିନା ଏହି ହୃଦୟରେ ଯାଗା
ଦେବି ନାହିଁଁ ମୁଁ କାହାକୁ

ତୁମ ରାଗରୁଷ ଆଉ ଅଭିମାନ
ମନରେ ରହିଛି ମୋର
ତୁମ ପାଇଁ ଖାଲି ସାଇତା ରହିଛି
ସେହି ଯାଗା ଅଧିକାର

କୃଷ୍ଣ ବିନା ରାଧା ଯେଉଁ ପରି ଅଧା
ଜନମ ଜନମ ପାଇଁ
ତୁମ ପାଇଁ ମୁଁ ରହିବି ସେମିତି
ତୁମ ଦେହେ ହୋଇ ଛାଇ

ସରଗ ପୁରରେ ନ‌ଅର କିଣି ମୁଁ
ରଖିବି ତୁମକୁ ନେଇ
ତୁମେ ଆଉ ମୁଁ ଦୁହେଁ ରହିଥିବା
ଆଉ ରହିବେନି କେହି
© All Rights Reserved