...

1 views

ମା'
ଦୁନିଆ ଠୁବଡ ତାହା ମୂଲ୍ୟ ଲାଗେ
ପୃଥିବୀ ଠୁ ବଡ଼ ତାହା ମନ
ପାଖେ ଥିଲେ ଯେତେ ଅସଂଖ୍ୟ ପଇସା
ଅଟେ ସେ ଆମ ନିଜସ୍ଵ ଧନ

ଅନ୍ତ କଥା ଆମ ବୁଝେ ସିଏ ପୁଣି
ବାହ୍ୟ କଥା ଆମ ଶୁଣୁଥାଏ
ଆମ ନାମେ କିଏ ଖରାପ କହିଲେ
ଧିରେ ଶୁଣି ସବୁ ସହିଯାଏ

ଖେଳୁ ଖେଳୁ ଯଦି ପଡ଼ିଯାଏ କେବେ
ଉଠାଇ ଧୂଳି ସେ ଝାଡିଦିଏ
ଦୁଃଖ ସୁଖ ସବୁ ବୁଝୁଥାଏ ପୁଣି
ଦୁଃଖେ ସାହସକୁ ଭରିଦିଏ

ସବୁ କାମେ ଆଗ ପଥ ଦେଖାଏ ସେ
ସବୁବେଳେ ସାଥେ ଚାଲୁଥାଏ
ଯେତେ ବଡ଼ ଭୂଲ୍ କରିଥିଲେ ମଧ୍ୟ
ଧର୍ମ ପଣତରେ ଲୁଚେଇ ଦିଏ