...

1 views

''ସାତ ଜନମର ସାଥି''
।।ପୂର୍ବ ଭୂଲ୍ ପାଇଁ କରିଛି ଯାହା ମୁଁ
କରିଦିଅ ମୋତେ କ୍ଷମା
କଥା ମୁଁ ଦ‌ଉଛି ଏହି ପରି ଭୂଲ୍
କରିବିନି ଆଉ ଜମା

ସାତ ଜନମକୁ କଥା ମୁଁ ଦ‌ଉଛି
ରହିବି ତୁମରି ସାଥେ
ମୋ ଭୂଲ୍ ନ ଧରି ସାରା ଜୀବନରେ
ଭଲ ପାଉଥିବ ମୋତେ

ମୋ ବାଟରେ ଆସି ପାଦକୁ ମିଶେଇ
ଚାଲ ତୁମେ ସାଥୀ ବାଟ
ବଡ଼ ଦୁନିଆରେ ଆମ ସଂସାରଟି
ଲାଗୁଛି ସୁଖୀ ଓ ଛୋଟ

ଆସୁଥାଅ ତୁମେ ଦିନରାତି ସାଥି
ମୋର ଏଇ ସପନରେ
ଇଚ୍ଛା ହେଉଛି ମୁଁ ବାନ୍ଧି ରଖନ୍ତି କି
ମୋର ବାହୁ ବନ୍ଧନରେ

ମୁଁ ହେଲେ ପଞ୍ଜୁରୀ ତୁମେ ହେବ ସାରୀ
ରଖିବି ମୁଁ ସାଇତି
ଭାବିଛି ତୁମକୁ ମନ ଭିତରେ ମୁଁ
ସାତ ଜନମର ସାଥି।।