...

1 views

ଶିବ ଶଙ୍କର
କାଳର କରାଳ ରୂପି ତୁମ ଦୁଇ ହାତ,
ଆରମ୍ଭ ର ତୁମେ ଅନ୍ତ
ତୁମେ ବାସ୍ତବ ତୁମେ ପ୍ରକୃତ,
ବୈରାଗୀ ତୁମେ ଆହେ ଡମ୍ବରୁ ଧର
ତୁମେ ଶିବ ତୁମେ ହିଁ ଶଙ୍କର।

ତୁମ ଡମ୍ବରୁ ତୁମ ତ୍ରିଶୂଳ
ତିନି ଲୋକରେ ଆଜି ପ୍ରବଳ ଡର,
ତୁମେ ରାଗିଲେ ନଟରାଜ ତ
ଆଖି ଖୋଲିଲେ ନିଆଁ,
ତୁମକୁ ପୂଜେ ଆଜି ସାରା ଏ ଦୁନିଆ।
କୋପରେ ରେ ବର ନୋହିଲେ ତପରେ ବର
ଜୀବଙ୍କର ତୁମେ ମହା ପ୍ରବର,
ତୁମେ ଶିବ ତୁମେ ହିଁ ଶଙ୍କର।

ଗଙ୍ଗା ଆଜି କଳ କଳ ବୋହିଯାଏ ଅଗଭୀର ରାସ୍ତା ଦେଇ
ହଳାହଳ ବିଷକୁ ପାନ କଲ ଯାଇ
ଚନ୍ଦ୍ରର ର ଶୀତଳ ଜଳକୁ ଛିଞ୍ଚି ଦେଇ ପୁରେ,
ତପରେ ଲୀନ ହୋଇ, ପ୍ରକୃତିର କୋଳେ
ସଂଜୀବନୀ ମନ୍ତ୍ରର ଜ୍ଞାନ ତୁମେ ଦେଲ,
ରୁଦ୍ରାକ୍ଷ ମାଳକୁ ହାତରେ ଧରିଲ।
ତୁମେ ଅସୀମ ଜ୍ଞାନ ର ସାଗର
ତୁମେ ପ୍ରଳୟ ଠୁ ଭୀ ଭୟଙ୍କର,

"ତୁମେ ଶିବ ତୁମେ ହିଁ ଶଙ୍କର"।।

Sanjay.