...

3 views

ଅତୀତ
ଆ ତୋତେ ବୁଲେଇ ନେବି ସେଇ ରାଇଜ
ଯେଉଁ ରାଇଜରେ ଉଁଏ କଅଁଳ ସୁରୁଜ
ସକାଳ ହୁଏ ପକ୍ଷୀ ଡାକରେ
ସଞ୍ଜ ଫେରେ ମଳୟ ପବନେ
ମନେ ଅଛି କି ତୋର କାଶତଣ୍ଡିର ଫୁଲ
ମେଘୁଆ ଆକାଶ ଆଉ ଧୂଳି ଝଡ଼
ବର ପତର ର ଚକିରି କରି
ଧାଇଁ ଯାଉଥିଲେ ଖରାକୁ ନ ଡରି
ମନେ ଅଛି କି ତୋର କାକର ଭିଜା
ଶୀତ ସକାଳର ଘାସ ଗାଲିଚା
ଗାଁ ବୁଢ଼ା ଆଉ ତାଙ୍କ ବିଡ଼ି ଧୁଆଁ
ସବୁ ସାଜିଗଲା ଅତୀତ ଗାଥା
ତୋର ମୋର ସ୍ମୃତିର କଥା

@momanakatha
© momanakatha