...

1 views

"ମହା ଶିବରାତ୍ରୀ"
ସ୍ଵାଗତ ଜଣାଏ ଆଜି ଏ ମୁହୂର୍ତ୍ତେ
ଭୋଳାନାଥ ମହେଶଙ୍କୁ
ଉପବାସ ରହି ବ୍ରତ ମୁଁ କରିବି
ବିଶ୍ୱାସେ ମହାଦେବଙ୍କୁ
ଇଂରାଜୀ ମାସର ମାର୍ଚ୍ଚ ମାସ ରୁ
ଆରମ୍ଭିଛି ଏହି ପର୍ବ
ଓଡ଼ିଆ ଜାତିର ଓଡ଼ିଆ ଜନଙ୍କ
ଏହା ବହୁ ବଡ଼ ଗର୍ବ
ମନ ହିମାଳୟେ ହୃଦୟ କୈଳାଶେ
ଅଭିଶେଖ କର ଜଳ
ଯେପରି ପୂଜିବା ଆରାଧନା କରି
ସେପରି ପାଇବ ଫଳ
କପିଳେଶ୍ୱର ହେ ଲୋକନାଥ ମୋର
ତୁମ ପାଖେ ମୋର ଭିକ୍ଷା
ମୋ ଦେଶ ମୋ ଜାତି ତୁମ ଉପସ୍ଥିତେ
ପାଇ ଯାନ୍ତୁ ମହାଶିକ୍ଷା
ପାପୀ ଠାରୁ ପୁଣ୍ୟ ସବୁ ଜନଜାତି
ଜାଳୁଥାନ୍ତି ରାତେ ଦୀପ
ସମସ୍ତେ କରନ୍ତି ପୁଣ୍ୟ ଅରଜନ
କ୍ଷୟ ହୁଏ ମହାପାପ
ଆଖଣ୍ଡଳମଣି, ଧୂଳେଶ୍ୱର ପ୍ରଭୁ
ତୁମକୁ କୋଟିପ୍ରଣାମ
ଉନ୍ନତିର ଗତେ ଉନ୍ନତିର ପଥେ
ସଂସାରେ ବଢ଼ୁ ସୁନାମ