...

2 views

ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ

ଚାରୁ ହାସମୟୀ ଚାରୁ ଭାଷମୟୀ,

ଜନନୀ, ଜନନୀ, ଜନନୀ ।



ପୂତ-ପୟୋଧି-ବିଧୌତ-ଶରୀରା,

ତାଳତମାଳ-ସୁଶୋଭିତ-ତୀରା,

ଶୁଭ୍ରତଟିନୀକୂଳ-ଶୀକର-ସମୀରା

ଜନନୀ, ଜନନୀ, ଜନନୀ ।



ଘନ ଘନ ବନଭୂମି ରାଜିତ ଅଙ୍ଗେ,

ନୀଳ ଭୂଧରମାଳା ସାଜେ ତରଙ୍ଗେ,

କଳ କଳ ମୁଖରିତ ଚାରୁ ବିହଙ୍ଗେ

ଜନନୀ, ଜନନୀ, ଜନନୀ ।



ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ରା,

ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,

ଯୋଗୀଋଷିଗଣ-ଉଟଜ-ପବିତ୍ରା

ଜନନୀ, ଜନନୀ, ଜନନୀ ।



ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,

ଚାରୁକଳାବଳି-ଶୋଭିତ-ବେଶା,

ପୁଣ୍ୟ ତୀର୍ଥଚୟ-ପୂର୍ଣ୍ଣ-ପ୍ରଦେଶା

ଜନନୀ, ଜନନୀ, ଜନନୀ ।



ଉତ୍କଳ ସୁରବର-ଦର୍ପିତ-ଗେହା,

ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,

ବିଶ୍ୱଭୂମଣ୍ଡଳ-କୃତବର-ସ୍ନେହା

ଜନନୀ, ଜନନୀ, ଜନନୀ ।



କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,

ଭୁବନବିଘୋଷିତ-କୀର୍ତ୍ତିଅନିନ୍ଦ୍ୟା,

ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ

ଜନନୀ, ଜନନୀ, ଜନନୀ ।[10]

ଯଦି ଆପଣ ଏକ ଓଡ଼ିଆ ନିଶ୍ଚୟ ମୋ ବ୍ଲଗ୍ କୁ like କରନ୍ତୁ ଆଉ follow Madhya କରନ୍ତୁ । ଓଡ଼ିଆ ରେ ବ୍ଲଗ୍ ପାଇବା ପାଇଁ
© All Rights Reserved