...

2 views

ଠିକ୍ ତୁମ ପରି...ଏସ୍ ଏସ୍ ଏନେ✍️..
ଠିକ୍_ତୁମ_ପରି
•••••••••••••••

: ଜାଣିଛ ! ଆଜି କୁମାର ପୂର୍ଣ୍ଣିମା ।

: ହଁ ! ତ ?

: ଏଇଟା ପାଳନର ବିଶେଷତ୍ୱ କ'ଣ ଜାଣ ?

: ଆରେ ! ସେଟା ତ କୁମାରୀମାନଙ୍କ ପୂଜା । ତୁମର କ'ଣ ଅଛି ? ତୁମେ ତ ଏବେ ବିବାହିତା...ଏସ୍ ଏସ୍ ଏନେ✍️..

: ହଁ ଯେ ! ହେଲେ ଏଇ ଦିନଟିର ମହତ୍ତ୍ୱ ଗୋଟେ କୁମାରୀ ଜୀବନରେ ଯେ କେତେ , ତା' ତୁମେ ବୁଝିପାରିବନି । କେତେ କେତେ ସ୍ବପ୍ନ , ଆଶା , ଭରସା ଆଉ ବିଶ୍ୱାସ ରଖି ସେ ଏଇ ବ୍ରତ ପାଳନ କରେ , ସେ କଥା ଖାଲି ତା'କୁ ହିଁ ଜଣା...ଏସ୍ ଏସ୍ ଏନେ✍️..

: ଆଚ୍ଛା । ତେବେ ତୁମେ କ'ଣ ଭାବୁଛ ? ତୁମ ସ୍ବପ୍ନ ପୂରଣ ହୋଇଛି ମୋତେ ପାଇ ?...ଏସ୍ ଏସ୍ ଏନେ✍️..

: ହା..ହା..ହା..! ତୁମେ ଜାଣିଛ ? ମୋ ସାଙ୍ଗ ଲୋରା ଆଉ ମୁଁ ପ୍ରତିବର୍ଷ ଏଇ ଦିନରେ ବାଜି ଲଗାଉ, ଯେ ଦେଖିବା କିଏ ସବୁଠୁ ଭଲ ବର ପାଉଛି , ସିଏ ନା ମୁଁ ?...ଏସ୍ ଏସ୍ ଏନେ✍️..

: ତେବେ ତୁମ ସାଙ୍ଗ ତ ବାଜି ଜିତିଗଲେ । କାରଣ ତାଙ୍କ ସ୍ବାମୀ ତ ମୋ ଠାରୁ ଗୋରା , ହ୍ୟାଣ୍ଡସମ୍ ଆଉ ପଇସାବାଲା ବି । ହାଏ ! ତୁମେ ତ ହାରିଗଲ ୟାର୍..!...ଏସ୍ ଏସ୍ ଏନେ✍️..

: କିଏ କହିଲା ? ସିଏ ହୁଏ ତ ପାଇଥିବ ତା' ସ୍ୱପ୍ନର ବରକୁ , ଯିଏ ପ୍ରତିକ୍ଷଣକୁ ବିତାଉଛି ଏତେ ବଡ଼ ମହଲ ଭିତରେ ଏକାନ୍ତରେ । ହେଲେ ମୁଁ ତ ମାଗିଥିଲି ସଫା ; ଚେହେରାରେ ନୁହେଁ ମନରେ , ସୁନ୍ଦର ; ଦେଖିବାକୁ ନୁହେଁ ହୃଦୟରେ , ଆଉ ଧନୀ ; ପଇସାରେ ନୁହେଁ ବରଂ ଭାବନାରେ...ଏସ୍ ଏସ୍ ଏନେ✍️..
ଠିକ୍ ତୁମ ପରି ।...ଏସ୍ ଏସ୍ ଏନେ✍️..