...

1 views

ନିରବତା

ଯେତେବେଳେ ସମୟ ବିତି ବିତି ଯାଏ, କିଛି ସମ୍ପର୍କ ସମୟ ସେଥିରେ ତାଳ ଦେଇ ଚାଲି ନ ପାରି ପଛରେ ହଜିଯାଏ । ସେଇ ସଂପର୍କ କେବେ ଆଖି ଆଗରେ ନାଚି ଉଠେ କ୍ଷୀଣ ଝଲକ ସାଜି ପୁଣି କେବେ କରିଦିଏ ଆତ୍ମବିଭୋର ସ୍ମୃତିର ଆଲୋଡ଼ନ ସୃଷ୍ଟି କରି । କେବେ ଇଚ୍ଛା ହୁଏ ମନରେ ଭରି ରହିଥିବା ପ୍ରତିଟି ହସ ଲୁହର ଅବେଗକୁ ଅଜାଡ଼ି ଦେବାକୁ କାହା ଆଗରେ। କିନ୍ତୁ ପରେ ମନରେ ଅସୁମାରୀ ପ୍ରଶ୍ନ ଉଙ୍କି ମାରେ କଣ ସମସ୍ତେ ବିଶ୍ଵସ୍ତ? କଣ ନିଜ ଲାଭ ପାଇଁ ସେ ନିଜ ଆଗରେ ଥିବା ବ୍ୟକ୍ତିକୁ ବ୍ୟବହାର କରିବନି ? କଣ ସେ କଳୁଷିତ ଚିନ୍ତାଧାରାର ବଶବର୍ତ୍ତୀ ହେବା ନାହିଁ? ଏମିତି ଅନେକ ପ୍ରଶ୍ନ ରାତିର ନିଦ ହଜେଇଦେଇଥାଏ । ବେଳେ ବେଳେ ଲାଗେ ମଣିଷ ନିଜକୁ ଶ୍ରେଷ୍ଠ ଜୀବର ଆଖ୍ୟା ଦେଇଛି ସତ କିନ୍ତୁ ସେ ଆଖ୍ୟାର ସାର୍ଥକତା କେତେ? ମଣିଷ ଭିତରେ ମାନବିକତା କେତେ? ନିଜ ସ୍ବାଭିମାନ ଓ ସମ୍ମାନ କୁ ଜଳାଞ୍ଜଳି ଦେଇ ବିକ୍ରି ହେଇଯାଏ କିଛି ସୁଯୋଗ ବା ବେତନ ପାଇଁ । ସେଠାରେ ମଣିଷ ପଣିଆର ଆଶା କରିବା ବି ମୂର୍ଖାମି। ଯେତେବେଳେ ଆଖି ଆଗରେ ସବୁ ଅନ୍ଧକାର ଦେଖାଯାଏ ସେତେବେଳେ ନିଜ ଠାରୁ ଅଧିକ ଭରସା ଯୋଗ୍ୟ ଆଉ କେହି ଲାଗେ ନାହିଁ । ସେତେବେଳେ କେବଳ ନିଜେ ନିଜର ସାଥୀ ହୋଇ ବଞ୍ଚ୍ବର ପ୍ରଚେଷ୍ଟା ଚାଲିଥାଏ। ପ୍ରତି ମୁହୂର୍ତ୍ତ ରେ ଭୁଲ ଠିକ୍ ର ଅଙ୍କ କଷା ହୁଏ ନିଜ ଭିତରେ । ସେତେବେଳେ ଆଉ ବାହାରର ସମ୍ପର୍କ ଓ ସାଜସଜ୍ଜା ଆକର୍ଷିତ କରେ ନାହିଁ ବରଂ ନିଜ ସହିତ ନିରବତା ଓ ଆତ୍ମ ପ୍ରତିଫଳନ ହିଁ ଏକ ମାତ୍ର ବାଟ ଥାଏ । ସେଥିରୁ ବଞ୍ଚିବାର ନୂତନ ଆଶା ଜନ୍ମ ହୁଏ ।
© दिव्यश्री