...

4 views

ମନର କଥା
ହଁ,,,,
ହ୍ୟାଲୋ.. କେମିତି ଅଛ ?!
ହଁ ନିଶ୍ଚୟ ଭଲରେ ଥିବ
କାରଣ ଭଗବାନଙ୍କ ପାଖରେ ଏହି ପ୍ରାର୍ଥନା ହିଁ ତ ମୁଁ କରିଥିଲି
ରାଗ ନାହିଁ,, କିଛି ଭୁଲ କହୁନାହିଁ ମୁଁ
ମନରେ ଯେତିକି ଭଲ ପାଇବା ଥିଲା ତାହା ଏବେ ମଧ୍ୟ ଠିକ୍
ସେହିପରି ଅଛି
ମୁଁ ଘୃଣାରେ ପରିଣତ ହେବାକୁ ଦେଇନି ସେ ସବୁକୁ
କିନ୍ତୁ ହଁ ତୁମେ ଦେଇଥିବା ପ୍ରତାରଣାର ପ୍ରତିଦାନ ଦେବାକୁ ଯାଇ
ଭୁଲିବାକୁ ଚେଷ୍ଟା କରିଛି ତୁମକୁ
ଆଉ ହଁ, ସେଥିରେ ସଫଳ ହୋଇଛି ମଧ୍ୟ
ଭୁଲିଯାଇଛି ତୁମକୁ,,
ତୁମେ ବିଶ୍ବାସ କରିନିଅ ଯେ
ମୁଁ ଭୁଲି ସାରିଛି ତୁମକୁ,
ପଛ ସ୍ମୃତି କୁ,
ବିତିଯାଇଥିବା ଅତୀତ କୁ,
କିନ୍ତୁ ବେଳେବେଳେ ତୁମ ହ୍ୱାଟ୍ସ ଆପ୍ ର ବଦଳୁଥିବା ପ୍ରୋଫାଇଲ ଫଟୋଚିତ୍ର
ଶରୀରରେ ଶିହରଣ ଆଣିଦିଏ !!,,,
ମନକୁ କିଛି କ୍ଷଣ ପାଇଁ ସ୍ତବ୍ଧ କରିଦେଇ ଅତୀତର ଭାବନାରେ ବିହ୍ୱଳିତ କରିଦିଏ ।।
କୌଣସି ମ୍ୟୁଚୁଆଲ ବନ୍ଧୁଙ୍କର ସ୍ଟାଟସ୍ ରେ ତମକୁ ଦେଖି ଖୁବ୍ କଷ୍ଟରେ ନିଜକୁ ସଂଯତ କରେ କୌଣସି ରିପ୍ଲାଏ ନ ଦେବାକୁ,,!
କେବେ ଯଦିଓ ତୁମକୁ ଅନଲାଇନ ଥିବାର ଦେଖିନିଏ,, ଖୁସିରେ ଗଦଗଦ୍ ହୋଇ କଅଣ ଲେଖିବି କଅଣ ନାହିଁ ଭାବୁ ଭାବୁ ବହୁତ କିଛି ଲେଖିଯାଏ,,
କିନ୍ତୁ ତୁମେ ସେତେବେଳେକୁ ଅଫଲାଇନ ଯାଇସାରିଥାଅ ।।
ମେସେଜ୍ ସେଣ୍ଡ୍ କରୁ କରୁ ହିଁ ରହିଯାଏ
ନମ୍ବର ଯଦିଓ ରଖିଛି ତୁମର
ହେଲେ;
କଲ୍ କରିବାକୁ ସାହସ ହେଉନି:(
କାରଣ ତୁମେ ତ ମୋତେ ନମ୍ବର ଦେଇନାହଁ
ତୁମେ ତ ଯେଉଁ ନମ୍ବର ଦେଇଥିଲ ସେଇ ନମ୍ବର
ବଦଳାଇ ଦେଇଥିଲ ମୋ ବାରମ୍ବାର କଲ୍ ରେ ବିରକ୍ତ ହୋଇ,,:):
ଆଉ ତା ପର ଠାରୁ ଆଜି ଯାଏଁ ଦୁହେଁ ଦୁହିଁଙ୍କୁ ଭୁଲିବାର ପ୍ରୟାସ କରିଆସୁଛୁ,,
ହଁ,,
ଏମିତିରେ ବି ମୁଁ କିଏ ??!
ତୁମେ ତ ଭୁଲିସାରିଛ
ଏବେ ବିଶ୍ବାସ କରିନିଅ ଯେ ମୁଁ ମଧ୍ଯ ଭୁଲି ସାରିଛି ତୁମକୁ ।।
© sushreesangeetamishra