...

1 views

- ଏମିତି ବି ପ୍ରେମ ହୁଏ - ଅଭିମାନୀ ମନଟିଏ ଏସ୍ ଏସ୍ ଏନେ✍️..
ଏମିତି ବି ପ୍ରେମ ହୁଏ !
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସରିବା ପରେ , ସୁମି ଯାଇଥିଲା ବୁଲି ରାଉରକେଲା , ତାର ବଡ଼ ବାପାଙ୍କ ପାଖକୁ । ତା ଆସିବା ଖବର ଶୁଣି , ବଡ଼ ବାପାଙ୍କ ଝିଅ ବଡ ନାନୀ ମଧ୍ୟ ଆସିଲେ ହଷ୍ଟେଲରୁ ତାକୁ ଦେଖା କରିବା ପାଈଁ ।
ଦିନେ ରବିବାରେ ଦୁଇ ଭଉଣୀ ବୁଲି ଗଲେ ହନୁମାନ ବାଟିକା । ଏମିତି ବୁଲୁ ବୁଲୁ ହଠାତ୍ ଦେଖା ହେଲା , ସୁମିର ବଡ଼ ଭଉଣୀଙ୍କ +୨ ବେଳର ଜଣେ ପୁଅ ସାଙ୍ଗ ସହ । ଦୁଇ ସାଙ୍ଗ ଏତେ ଦିନ ପରେ ଦେଖା ସାକ୍ଷାତ ହେଇଛି ଯେତେ ବେଳେ ବହୁତ୍ ସମୟ ଗପିବାରେ ଲାଗିଗଲେ । ହେଲେ ସୁମିକୁ ଏକା ଲାଗୁଥିଲା , କାହିଁକି ନା ସେ ବୁଲି ଆସିଥିଲା , ହେଲେ ତା ଭଉଣୀ ତା ସାଙ୍ଗ ସହ କଥାରେ ମଜିଛି । ସୁମି ଟିକେ ଦୁରେଇ ଯାଇ ଏକା ଏକା ବୁଲୁଥିଲା କିଛି ସମୟ ପରେ ସୁମିକୁ ଲାଗିଲା କେହି ଜଣେ ତା ପଛରେ ଆସୁଛନ୍ତି । ହଠାତ୍ ପଛକୁ ଚାହିଁ ଦେଖେ ତ , ବଡ଼ ଭଉଣୀର ସାଙ୍ଗ ବିବେକ୍ । ସୁମି - ଆପଣ ???
ବିବେକ - ହଁ ମୁଁ । କାହିଁ ଡରିଗଲ କି ?
ସୁମି - ନାଇ ହେଲେ ଆପଣ ତ ନାନୀ ସହ କଥା ହେଉଥିଲେ ।
ବିବେକ - କଥା ତ କେତେ ବେଳୁ ସରିଲାଣି , ତୁମକୁ ନଜର ରଖିବାକୁ କହି , ତୁମ ନାନୀ ଟିକେ ବାହାରକୁ ଗଲେ ଜରୁରୀ କାମରେ ।
ନା ସେତେ ବେଳେ ସୁମି ପାଖେ ମୋବାଇଲ ଫୋନ ଥିଲା , କେମିତି ପଚାରିବା ତା ନାନୀକୁ , କୁଆଡେ ଗଲା କାହିଁକି ଗଲା.... ଏମିତି ଅନେକ ଚିନ୍ତାରେ ପଡ଼ିଗଲା ସେ ।
ହଠାତ୍ ବିବେକ - ଆରେ ଡର ନାହିଁ , ମୁଁ ତୁମକୁ କୁଆଡେ ନେଇଯିବିନି ଯେ ଏତେ ଡରି ଗଲଣି । ଚାଲ ବୁଲି ବୁଲି କଥା ହେବା ସମୟ ଜଣା ପଡ଼ିବନି , ସେତେ ବେଳେ ତୁମ ନାନୀ ବି ଆସି ଯାଇଥିବେ। ସୁମି , ହଁ କି ନା କଣ କହିବ , ଚୁପ୍ ହୋଇ ଆଗେଇ ଚାଲିଲା ବିବେକ ସହ ପାଦ ମିଶେଇ । ବିବେକ ତାକୁ ଅନେକ କିଛି ପ୍ରଶ୍ନ ପଚାରି ଚାଲି ଥାଏ , ଆଉ ସୁମି ହଁ ନାହିଁ ରେ ଉତ୍ତର ଦେଇ , ନାନୀ ଆସିବାର ସମୟକୁ ଅପେକ୍ଷା କରିଥାଏ । ଟିକେ ଥକି ପଡ଼ି ବିବେକ କହିଲା , ଚାଲ ବସି କଥା ହେବା । ସୁମିକୁ ବସେଇ ଦେଇ ବିବେକ ତା ପାଇଁ ଆଇସ କ୍ରିମ , ଚକୋଲେଟ୍ ଓ ଗୋଟିଏ ପାଣି ବୋତଲ ଆଣି ଆସିଲା ।
ସୁମି - ଏସବୁ ମୋର ଆବଶ୍ୟକ ନାହିଁ ।
ବିବେକ - ପାଖା ପାଖି ଗୋଟିଏ ଘଣ୍ଟା ହେଲାଣି , ବାହାରକୁ ଆସିଛ ଟିକେ କିଛି ଖାଇନିଅ ।
ସୁମିକୁ ବି ସତରେ ଭୋକ ଲାଗୁଥିଲା ହେଲେ ଲାଜରେ...