...

3 Reads

---ବାପା ---
କେବେ ଦୂର ପାହାଡ଼ର ଦେଖା ଯାଉଥିବା
ପଥର ଖଣ୍ଡ ଭଳି କଠୋର ସତ
ହେଲେ,ନିଜକୁ ଶତ ଚୂର୍-ମାର୍ କରି
ସେହି ପଥର ଖଣ୍ଡରେ ଗଢ଼ି ତୋଳି ଥିବା
ଘର ଖଣ୍ଡିଏ-"ବାପା" ।...ଏସ୍ ଏସ୍ ଏନେ✍️..
ଶୁଣିବାକୁ ତ ପାଇନି କେବେ
ମୁହଁରୁ ତାଙ୍କର ``ମୋ ପାଇଁ``
ହେଲେ ସବୁର ଅଭାବ ପୂରଣ କରିବେ
କାଳେ ସେ ହସି ଦେଇ ।...ଏସ୍ ଏସ୍ ଏନେ✍️..
ନା ଛୋଟ ଶବ୍ଦଟିଏ
ନା ସେ ମଣିଷଟିଏ
ମୋ ପାଇଁ ତ ଅସମ୍ଭବ;
ତାଙ୍କୁ ଶବ୍ଦରେ ଲେଖିବା
ସେଥିପାଇଁ ସେ ଆଜି ବି ଦେବତା;
ମନ ମନ୍ଦିରେ ।।...ଏସ୍ ଏସ୍ ଏନେ✍️..
- Fathers_Day