...

2 Reads

⭕❣️⭕
ତୁମେ ପ୍ରିୟତମ ହେ ପତି ପରମ
ମୋ' ଜୀବନ ମୁକ୍ତିପଥ ,
ସଦା ରହିଥିବ ମୋ' ସାଥୀରେ
ତୁମେ ଏକା ଶ୍ରୀଜଗନ୍ନାଥ🙏...ଏସ୍ ଏସ୍ ଏନେ✍️..
ଆନ କିଛି ମୋର ଜୀବନରେ
ଲୋଡ଼ି ତ ନ ଥିଲି ମୁହିଁ ,
ଚାହିଁଥିଲି ମୁଁ ଦେବଦାସୀ ହୋଇ
ତୁମ ପାଶେ ରହିବା ପାଇଁ...ଏସ୍ ଏସ୍ ଏନେ✍️..
ତୁମେ ଯେବେ ଚାହିଁବ ଆସିବ
ମତେ ସାଥେ ନେଇ ଯିବ ,
ତୁମ ବିନା ଆଉ କାହା ସଙ୍ଗେ
ଲଗାଇବି ନାହିଁ ମୁଁ ଭାବ...ଏସ୍ ଏସ୍ ଏନେ✍️..
🙏 ଜୟ ଜଗନ୍ନାଥ 🙏