...

3 Reads

କାହିଁ ଡାକୁଅଛି ବନସ୍ତେ ଗଜ ,
ଗଜ ପାଇଁ ଖାଲି ମୃତ୍ୟୁ ର ଶେଯ।
ବରଷକେ ସିନା ଆସିଥାଏ ରଜ,
ଏବେ କାହିଁ ସେଇ କୁଆଁରୀ ସଜ...ଏସ୍ ଏସ୍ ଏନେ✍️..
ଅଳତା କୁଙ୍କୁମ ଗଜରା ବେଣୀ,
ପାର୍ଲର ର ସଜ ନେଲାଣି କିଣି।
ରଜ ଦୋଳି ସିନା ହୁଏ କଟମଟ,
ଭାଉଜ କଥାରେ ଭାଇ ବସ ଉଠ...ଏସ୍ ଏସ୍ ଏନେ✍️..
ଆରିସା କାକରା ପୋଡ଼ ପିଠା ମହକ,
ଘର ନୁହେଁ ଯାଇ ବଜାର ରେ ଦେଖ।
ଦୋଳି ବନ୍ଧା ଆଉ ଗଛରେ ନାହିଁ,
ନିଜ ଘରେ ଘରେ ଦୋଳି ଝୁଲଇ।
ଘର ଘର ବୁଲି ରଜ ଶୁଭେଛା,
ଆଉ ନାହିଁ ଜମା ପୁରୁଣା ପନ୍ଥା।
ସ୍ମାର୍ଟ୍ ଫୋନ ହାତ ରେ ଧରି,
ଶୁଭେଛା ର ସୁଅ ପଡ଼େ ଉଚ୍ଛୁଳି...ଏସ୍ ଏସ୍ ଏନେ✍️..