...

1 Reads

ତୁମେ ....
ଚୂନା ଚୂନା ତାରା ଫୁଲ ଭଳି
କବିତାର ମିଠା ମହକ ପରି
ତୁମେ ତ ବସା ବାନ୍ଧିଛ ମୋ ହୃଦୟ ରେ...ଏସ୍ ଏସ୍ ଏନେ✍️..
କେବେ ତୁମେ ପହିଲି ବସନ୍ତର ସୂର୍ଯ୍ୟୋଦୟ
କେବେ ଧ୍ରୁବ ସତ୍ୟର ଆଲୋକ
ପୁଣି କେବେ ଶୀତ ସକାଳର ସୁନେଲି ସପନ...ଏସ୍ ଏସ୍ ଏନେ✍️..
କେବେ ପାନ୍ଥଶାଳାର ଆଶା
କେବେ ମଧୁ ମଦିରା ନିଶା
କେବେ ଗୋଧୂଳି ଲଗ୍ନ ର ଅରୁଣିମା ଆକାଶର...ଏସ୍ ଏସ୍ ଏନେ✍️..
ରୁହ ପଛେ ଯେତେ ଦୂର
ମୋ ମନେ ଫୁଟୁଛି ପ୍ରଣୟର
ଶତ କଦମ୍ବର ମଧୁର ମଧୁର ଶିହରଣ...ଏସ୍ ଏସ୍ ଏନେ✍️..
ପ୍ରାପ୍ତି ଅପ୍ରାପ୍ତି ସବୁ ମତେ ବୁଝାଇ ପାରିଛି
ତୁମେ ଭଲ ଠାରୁ ବେଶି ଭଲ...ଏସ୍ ଏସ୍ ଏନେ✍️..