...

1 views

- Happy Father's Day - S S N✍️..
ବାପା ....
ତୁମେ ଶୁଣାଇ ନଥିଲେ
ଜ୍ଞାନର ଗାରିମା
ବୋଉକୁ ମୋର ।...ଏସ୍ ଏସ୍ ଏନେ✍️..

ବିନ୍ଦୁରୁ ସିନ୍ଧୁ ଯାଏଁ
ଅନ୍ଧାରରୁ ଆଲୋକ ଯାଏଁ
ସେ ଦୁନିଆଁରୁ
ଏ ଦୁନିଆଁ ଯାଏଁ
ମୋର ଆସିବା
ଏ ସଂସାରକୁ
ଅସମ୍ଭବ ଥିଲା ।...ଏସ୍ ଏସ୍ ଏନେ✍️..

ତୁମ ପ୍ରଶସ୍ତ ଛାତିରେ
କୁଦା ମାରୁ ମାରୁ
ତୁମ ହାତଧରି
ଚାଲି ଶିଖିଲି ନିର୍ଭୟରେ
ଏ ଦୁନିଆଁ ରାଜ ରାସ୍ତାରେ ।...ଏସ୍ ଏସ୍ ଏନେ✍️..

ବାପା...
ମୋର ଯେତେ ସବୁ
ଅଝଟ ଆଉ କାକୁସ୍ତ ପଣକୁ
ତୁମେ , ଅବୋରିନେଲ ନିର୍ବିଘ୍ନରେ ।...ଏସ୍ ଏସ୍ ଏନେ✍️..

ମୋ ପାଖରେ
ଆଉ କିଛି ଶବ୍ଦ ନାହିଁ
ଲେଖିବାକୁ ତୁମ ପାଇଁ
ମୁଁ ନିଶବ୍ଦ ହୋଇଯାଏ
ତୁମ ପାଖରେ ।...ଏସ୍ ଏସ୍ ଏନେ✍️..

ବାପା...
ତୁମେ ବିଶାଳ ପାଣ୍ଡୁଲିପି ପରି
ମୁଁ ଛୋଟିଆ ପଂକ୍ତି ଟିଏ
ତୁମ ଭିତରେ ।...ଏସ୍ ଏସ୍ ଏନେ✍️..

ତୁମେ ଅଛ ବୋଲି
ସାରା ଆକାଶର ଆଶିର୍ବାଦ
ବିଶାଳ ପୃଥିବୀର ଦମ୍ଭ ପଣ
ମୋ ଭିତରେ ଅଛି ।...ଏସ୍ ଏସ୍ ଏନେ✍️..

ଏ ଦୁନିଆଁ ଭିଡ଼ରେ
ମୋତେ ବଞ୍ଚିବାକୁ
ତୁମ ନାମ ମିଳିଛି ।...ଏସ୍ ଏସ୍ ଏନେ✍️..