...

12 views

ତୁମର ପ୍ରେମ

ସାଧା କାଗଜଟେ ହୃଦୟଟା ମୋର
ନଥିଲା ବୁନ୍ଦାଏ ଦାଗ,
ତୁମ ମଧୁର ପ୍ରେମର ଛିଟା ଦେଇଗଲ
ଲାଗିଗଲା ଦେହେ ରଙ୍ଗ l

ତୁମ ଆଖି ଇସାରାରେ ଭୁଲିଗଲି ସବୁ
ଧାଇଁଗଲି ତୁମ ପଛେ,
ଯାଦୁକରିଲକି ପ୍ରେମରେ ତୁମର
ଜାଣିପାରୁନି ମୁଁ ସତେ l

କାମନାରେ ଖାଲି ତୁମେ ହିଁ ରହିଛ
ଭାବନାରେ ଖାଲି ତୁମେ,
ବାସ୍ତବକୁ ଛାଡ଼ ସ୍ବପ୍ନରେ ବି ମୋର
କେହି ନାହିଁ ଆଉ ମୋର ମନେ l

ଠିକଣା ତୁମଠି ଲାଗି ମୋ ସାରିଛି
ଖାଲି ବାକି ଅଛି କିଛି ବାଟ,
ତୁମରି ପ୍ରେମରେ ବନ୍ଦୀ ହେବି କେବେ
ଖାଲି ଖୋଜୁଛି ପ୍ରତି ମୁହୂର୍ତ୍ତ l