...

2 views

ମାତୃ ଦିବସ ...ଏସ୍ ଏସ୍ ଏନେ✍️..
👏 ମୋ ମାଆ 👏
***********************
ଆଦ୍ୟ ପାଠଶାଳାର ପହିଲି ଗୁରୁ
ବ୍ରହ୍ମବୈବର୍ତ୍ତ ପୁରାଣଟିଏ
ଶିଖାଏ ଜୀବନ ସଂଗ୍ରାମର କୌଶଳ
ଅନୁଶାସନଟିଏ
ଗଢ଼ିଦିଏ ଶୃଙ୍ଖଳିତ ଜୀବନ
ସ୍ନେହ ପ୍ରେମ ପ୍ରେରଣାର ପାରାବାର
ଶିଖାଏ ମଣିଷ ପଣିଆର କଳା
ତା ପାଦଧୂଳି ମୋ ପାଇଁ ବିଭୂତି
ତା ହାତପରଶ ମୋ ପାଇଁ ଚନ୍ଦନ
ଅଙ୍ଗେ ଅଙ୍ଗେ ଶୀତଳତା ଭରେ ।...ଏସ୍ ଏସ୍ ଏନେ✍️..
ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ
ପରିବ୍ୟାପ୍ତ ତାର ସୀମା ସରହଦ
ସଅଁପି ଦିଏ ତମାମ ଆୟୁଷ
ଓଦାକନାରେ ପେଟର ଭୋକ ଲୁଚାଏ
ସିଆଁ ଲୁଗାରେ ଲାଜ ଢାଙ୍କିପାରେ
ଆଖିଲୁହରେ ଶୋଷ ମେଣ୍ଟାଏ
ବାରମାସେ ତେରବ୍ରତ କରି
ମୋ ପାଇଁ ମାଗିଆଣେ ଦୀର୍ଘାୟୁ
କଳ୍ପ କଳ୍ପାନ୍ତର ବନ୍ଦନୀୟ ସିଏ ।।...ଏସ୍ ଏସ୍ ଏନେ✍️..
ମୁଁ ହସିଲେ ସେ ହସେ
ମୁଁ କାନ୍ଦିଲେ ସେ କାନ୍ଦେ
ମୁଁ ଝୁଣ୍ଟିଲେ ଯନ୍ତ୍ରଣା ତାକୁ ହିଁ ହୁଏ
ରାତ୍ରି ଉଜାଗରେ ଲୋରି ଶୁଣାଏ
ମୁହଁ ଦେଖି ଭୋକ ଜାଣି ପାରେ
ଯାହା ବାଢ଼ିଦିଏ ଅମୃତମଣୋହି
ମୋ ଆଖିରେ ଥାଏ , ଭାବନାରେ ଥାଏ
ମୋ ଅନ୍ତକରଣରେ ଥାଏ
ସିଏ ମୋ ମାଆ...ଏସ୍ ଏସ୍ ଏନେ✍️..