...

1 views

ଅମର ପ୍ରେମ ❤️❤️
ସାତ ଜନମର ସାଥି ହେବି ବୋଲି
କରିଥିଲି ପଣ ମୁହିଁ
ତୋତେ ଛାଡ଼ି ମୋର ସାହା ଓ ଭରସା
ଦୁନିଆରେ ନାହିଁ କେହି

ଆଖି ପଲକ ମୋ ହରାଏ ସଭିଙ୍କୁ
ତୋତେ ଅନୁଭବ କରି
ଆଖି ଆଗରୁ ତୁ ଦୂରେ ଚାଲିଗଲେ
ଲୁହ ମୋ ଯାଏରେ ଝରି

ଛାତିର ସ୍ପନ୍ଦନ ବଢିଚାଲୁଥାଏ
ପାହାନ୍ତି ରାତି ଶବଦେ
ତୋ ନାମେ ପଦୁଟେ କହିଦେଲେ କେହି
ମୋ ହୃଦୟକୁ ଭାରି ବାଧେ

ଶ୍ୟାମଳ ବନର ସବୁଜିମା ଆଜି
ତୋ ପାଇଁ ବିଛୁରିତ
ଇଚ୍ଛା ମୋ ତୋ ସାଥେ କରିବା ପାଇଁଁକି
ସମୟ ଅତିବାହିତ

ସାମୁକା ଭିତରେ ମୋତି କହିଦିଏ
ପ୍ରେମ କାହାଣୀ ଆମର
ଆମର ଆୟୁଷ ମର୍ତ୍ତେ ଶେଷ ସିନା
କାହାଣୀ ଆମ ଅମର