...

0 views

- ମୌସୁମୀ - ଏସ୍ ଏସ୍ ଏନେ✍️..
- ମୌସୁମୀ -
ଏସ୍ ଏସ୍ ଏନେ✍️..

ଆଗୋ ମୌସୁମୀ ଆଷାଢ଼ ର ତୁମେ ପ୍ରେମିକା କେବେ ଆସିକରି ସ୍ପର୍ଶ ଯେ
କରିବ ସାଜି ତାର ନୂଆ ପ୍ରେମିକା...ଏସ୍ ଏସ୍ ଏନେ✍️..

ପୁଲକିତ ହେବ ଆତ୍ମା ଓ ଶରୀର ଜୀବନ
ହୋଇବ ସତେଜ ରବିର କିରଣେ ଶ୍ରୀହୀନ ହୋଇଛି ମାଟି ବୃକ୍ଷ ଓ ଆକାଶ...ଏସ୍ ଏସ୍ ଏନେ✍️..

ତୁମେ ଅଭିମାନୀ ମଧୁଶାଳା ପୁଣି
ମଧୁର ମିଶ୍ରିତ ଜଳ ବେଳେ ବେଳେ ତୁମେ ତିକ୍ତ ପ୍ରସବିନୀ କର ଯେ ମତେ ପାଗଳ...ଏସ୍ ଏସ୍ ଏନେ✍️..

ତୁମରି ବାଟକୁ ଅନାଇ ଅନାଇ ନିଦ ମୋ ଗଲାଣି ହଜି ଗ୍ରୀଷ୍ମ ର ଜ୍ୱାଳାରେ ପୃଥିବୀ ମାତା ର ଆଖିରୁ ଝରଇ ପାଣି...ଏସ୍ ଏସ୍ ଏନେ✍️..

ପାଣି ନୁହେଁ ସେତ ଲୋତକ ର ଧାର ପଡୁଛି ଆସି ଯେ ଖସି କେବେ ଧରା ଦେବ ଅଳସି ପ୍ରେୟସୀ ନିଦାଘ କୁ କରି ଝାସ...ଏସ୍ ଏସ୍ ଏନେ✍️..

କେତେ ଆଉ ଆମେ ପ୍ରତୀକ୍ଷା କରିବୁ ଧୈର୍ଯ୍ୟ ର ନେବ ପରୀକ୍ଷା ଜୀବନ ଯୁଦ୍ଧରେ ସଂଗ୍ରାମ ଅନେକ ମୃତ୍ୟୁ ଯେ ନିଶ୍ଚିନ୍ତ ଥୟ...ଏସ୍ ଏସ୍ ଏନେ✍️..

ନିଦ ହଜିଲାଣି ସପନ ବେଦିରେ ଝରଇ ଖାଲି ଯେ ଝାଳ ନିଦାଘ ଦହନେ ଜୀବନ ସିଝଇ ଯନ୍ତ୍ରଣା ରେ ଯେ ବିକଳ...ଏସ୍ ଏସ୍ ଏନେ✍️..

ପ୍ରତୀକ୍ଷା ର ଅନ୍ତ କର ଆଗୋ ତୁମେ ଡହଳ ବିକଳ ପ୍ରାଣୀ ବୁନ୍ଦାଏ ଜଳ ବି ଅମୃତ କଳସ ଢାଳି ଦିଅ ବାରି ନିଧି...ଏସ୍ ଏସ୍ ଏନେ✍️..

ତୁମ ଆଗମନେ ଆକାଶ ନଈରେ ଭାସିବ ବଉଦ କନ୍ୟା ବର୍ଷା ଜଳ ଯେବେ ମାଟି କୁ ଛୁଇଁ ବ ବିନା ଘୁଙ୍ଗୁର ରେ ମୟୂର ନାଚିବ...ଏସ୍ ଏସ୍ ଏନେ✍️..

ମେଘ କନ୍ୟା ତୁମେ ବରଷା ରାଣୀ ଶୀତଳ ଧାରା ଯେ ପୁଣି କଳା ମେଘୀ ତୁମ ପାଟ ଶାଢ଼ୀ ପିନ୍ଧି ଖୋଲିଦିଅ ଲମ୍ବା ବେଣୀ...ଏସ୍ ଏସ୍ ଏନେ✍️..

କେଶରୁ ତୁମର ଝରି ପଡୁଥିବ ଭସା ବାଦଲ ର ବର୍ଷା ଦେହ ମନ ପୁଣି ଭିଜେଇ ଭିଜେଇ ସ୍ମୃତିକୁ କରିବ ତାଜା...ଏସ୍ ଏସ୍ ଏନେ✍️..

ମେଘମାଳ ସଙ୍ଗେ ତାଳ ଦେଇ ଦେଇ ବିହଙ୍ଗ ନାଚି ବୁଲନ୍ତି ସକଳ ପିଣ୍ଡ ରେ ପ୍ରାଣ ଭରିବାକୁ ମେଘ କନ୍ୟା ବୁଲିଥାନ୍ତି...ଏସ୍ ଏସ୍ ଏନେ✍️..

ତୁମରି ପ୍ରେମରେ ସପ୍ତରଙ୍ଗୀ ରାସ୍ତା ଗଢ଼ି ଉଠେ ଆକାଶ ରେ ବାହୁ ମେଲି କରି ମାଟି କୁ ଛୁଅଇଁ ସେ ଯେ ମହା ଆନନ୍ଦରେ...ଏସ୍ ଏସ୍ ଏନେ✍️..

ନାଲି ପାଟ ପିନ୍ଧି ସାଧବ ବୋହୂ ଯେ ଚୁପି ଚୁପି ପାଦ ଥାପେ ସବୁଜ ଗାଲିଚା ତାହାର ସ୍ପର୍ଶ ରେ ଲାଜୁଆ ଲାଜୁଆ ଦିଶେ...ଏସ୍ ଏସ୍ ଏନେ✍️..

ନିଦାଘ କୁ ତୁମେ ବିନାଶ କରିବ ଓଠ ରେ ଭରିବ ହସ ସେଥିପାଇଁ ପରା ତୁମେ ଦେବ କନ୍ୟା ଯାଜ୍ଞସେନୀ ର ହସ...ଏସ୍ ଏସ୍ ଏନେ✍️..

କଳା ମଚ ମଚ ବାଦଲ ଖଣ୍ଡ କୁ ଦେଖିଲେ ମିଳଇ ଶାନ୍ତି ଜାଳି ପୋଡ଼ି ତୁମେ ବିନାଶ କରିବ ନିଦାଘ ର ଅଗ୍ନି ଜ୍ୟୋତି...ଏସ୍ ଏସ୍ ଏନେ✍️..

ମନ ଅଗଣାରେ ଫୁଲ ପ୍ରସ୍ପୁଟିତ ତୁମରି ଆଗମନରେ ତୁମକୁ ସ୍ବାଗତ କରିବା ପାଇଁ କି ବ୍ୟାକୁଳତା ଏ ମନରେ...ଏସ୍ ଏସ୍ ଏନେ✍️..

ସଂସାରେ ମଙ୍ଗଳ କରିବା ପାଇଁ କି ତୁମକୁ ଡାକୁଛି ମୁହିଁ ଗୁହାରି ବିନତି ସବୁ କରୁଅଛି
ଶୁଣ ତୁମେ ବର୍ଷା ରାଣୀ 😊...ଏସ୍ ଏସ୍ ଏନେ✍️..