...

4 views

ନାରୀ ସୁରକ୍ଷିତ ନୁହେଁ
ପଥିକ ହେଇବି ସମୟ ରାସ୍ତାରେ
ପାଦରେ ପଡୁଛି ବେଡି,
ପରଦା ଆଗରେ ସମ୍ମାନ ମୁକୁଟ
ଅନ୍ଧାରେ ଦିଅନ୍ତି ଖୋଲି l

ଅସମାନତାର ପାଚେରୀ ଉଠେଇ
ଦିଅନ୍ତି ସ୍ବପ୍ନ ଲାଳସ,
ସେଇ ସୁଯୋଗେ କରନ୍ତି ଇଚ୍ଛାକୁ ସେ ପୂର୍ଣ୍ଣ
ମଣିଷତ୍ବ କରି ଶେଷ l

କଳୁଷିତ ସନ୍ଧ୍ୟା ଆଗମନେ ଆସେ
ବାପାଙ୍କ ଛାତିରେ ଭୟ,
ଘରର ସମ୍ମାନ ଘରକୁ ଫେରିନି
ଭୟେ କମ୍ପୁଥାଏ ଦେହ l

କେଉଁ ହିଂସ୍ରଜନ୍ତୁ ଦେଖି ଭୟ ଲାଗୁନାହିଁ
ଭୟ ଲାଗୁଛି ମଣିଷ ଦେଖି,
ଆଜିବି ନାରୀ ସୁରକ୍ଷିତ ନୁହେଁ
ମୁଁ କହୁଛି ସବୁ ପରଖି l