...

4 views

କୋଡିଏ କୋଡିଏ ବରଷ
କୋଡିଏ କୋଡିଏ ଆସିଥିଲ ତୁମେ ଛାଡ଼ିଗଲ ସ୍ମୃତି ଅନେକ
ତୁମକୁ କି କେବେ ଭୁଲିହେବ ମନୁ ଦେଇଅଛ ଦୁଃଖ ଯେତକ
ତୁମ ଆଗମନେ ସାରା ଦୁନିଆଁଟା ଖୁସି ଖୁସି କଲା ସ୍ୱାଗତ
ସାରା ବରଷର ହସ ଖୁସି ପାଇଁ କେତେ କିଏ କଲେ ମନାସ
କିଏ କଲେ ଯାଇ ଠାକୁର ଦର୍ଶନ କିଏ ଭୋଜି ଭାତଆମିଷ
ଶୁଭ କାମନା ର ସୁଅ ଛୁଟି ଥିଲା ଗାଁରୁ ସହର ଯେତକ
ଘର ବାହାର ରେ ବନ୍ଧୁ ମିଳନ ଟା ତୁମ ପାଇଁ ଥିଲା ଟମକ
ବର୍ଷ ଆରମ୍ଭରୁ ତୁମ ର ନଜର ପଡିଗଲା ସାରା ଜଗତ
କରୋନା ଦାଉରେ ବିଶ୍ୱ ଦୁଆରେ ପଡ଼ିଗଲା ହଟଚମଟ
ଲକଡାଉନ ସଟାଉନ କ୍ୱାରେଣ୍ଟିନ କଷ୍ଟ କଟକଣା ଦୁଃଖ ଅମାପ
ଧୋଇନେଲା କେତେ ଜୀବନ ଜୀବିକା ହାହାକାରେ ବଞ୍ଚେ ମଣିଷ
ଘରେ ଘରେ ଶୁଭେ ଭୋକିଲା କାନ୍ଦଣା ହିଂସା ଦାଉ...