...

8 views

basanta pawan
~ ବସନ୍ତ ପବନ ~

ଗାଁ ପାଖ ସାହି ମନ୍ଦିର ଦୁଆରୁ
ସରୁ ଗଳି ଟିଏ ଯାଏ
ବସନ୍ତ ପବନ ବଙ୍କେଇ ସେ ମୁହେଁ
ଚଳନ୍ତା ଫୁଲଟେ ଛୁଏଁ

ଅଗଣାରେ ତାର କୁଆଁରୀ ସୁରୁଜ
ସଜ ହୋଇ ଗାଁ ଆସେ
ଜହ୍ନର ଜୋଛନା ପାଲିଙ୍କି ରୁ ତା'ର
ପାଦ ଚୁମି ଧୂଳି ମିଶେ

ଗୋରା ଦେହେ ଭିଜା ହାତେ ସଜା ଚୋଟୀ ଦେଖିଲେ ସୀତାଏ ଦେହ
ହସ ଛୁଇଁଦେଲେ ଗୋଲାପୀ ଦି ଗାଲେ
ଦୀପ ଟିଏ ଜାଳେ ମୁଁହ

ବସନ୍ତଜୁଇର ଲାଲିଆ ଶିଖା ସେ
ଝଲସି ଲୁଚାଏ ଲାଜ
ସଜ ଗୋଲାପର ପାଖୁଡାରେ ସଜା
ବାସନା ତା ଦେହେ ବୋଝ

ରାଗି ଗଲେ ଓଠେ ଓଠ କୁ ସଜେଇ
ଇଂରାଜୀ ର ଦିଏ ଗାଳି
ନୀରବ ଶ୍ରେଣୀରେ ଡରି ଗଲେ ମୁହିଁ
କାନ୍ଥ ଦିଏ ଲାଜେ ତାଳି

ଦେଖି ବାକୁ ତାକୁ ସାମନାରୁ ରୁ କେବେ
ଅନେଇ ଚେହେରା ଥରେ
ପାଦେ ପାଦେ ଚାଲି ଶିହରଣ ଭଁରେ
ଛାତିର ସ୍ପନ୍ଦନ ଧାରେ

ତୋ ପରି କେବେ କିଛି ସେ କହେନା
ଆଖିଦିଏ ଆଖି ଥୋଇ
ପୁରୁଣା ପ୍ରଶ୍ନ ମୋ ନୂଆ ପ୍ରଶ୍ନ ଖୋଜେ
ଭ୍ରାନ୍ତି ର ପାଚେରୀ ଡେଇଁ

ସୁନେଲି ଶିସା ଟେ ସରୁ ଆଙ୍ଗୁଠି ରେ
ଧରି ଟାଣେ ଯେବେ ଗାର
ସିଧା ହୋଇ ଯାଏ ସବୁ ମୋ ନଜର
ଭାବନା ର ସବୁ ତାର

କେତେ ମୋ ବିଷୟ ରହିଯାଏ ଅଧା
ହସ ତା ଦେଖିବା ପାଇଁ
ଦେଖିବା ଲାଳସା ଦେଖି ବି ପୁରେ ନା
ପୁଣି ଜାଗେ ନୂଆ ହେଇ

ସଞ୍ଜର ଅନ୍ଧାରେ ତୋ ପରି ସିଏ
ଫେରି ଯାଏ ସ୍ମୃତି ଦେଇ
ଆତୁର ମୋ ମନ ଆଶା ତୁର ପୁଣି
ନୂଆ ଆଶା ଟିଏ ନେଇ....

~yudhish
© All Rights Reserved