...

9 views

ଅଥଚ ତୁମେ
🌹ଅଥଚ ତୁମେ 🌹

ତୁମ ସହ ସଂଯୋଗ ଥିଲା
ମୃତ୍ୟୁ ପରି ସତ୍ୟ,
ଅନ୍ଧକାର ପରି ଚିରଞ୍ଜୀବି l
ତୁମେ ନୀଳ ଆକାଶ ର ମେଘମାଳା ପରି
ମୁଁ ଦିଗନ୍ତ ବିସ୍ତାରି ନୀଳିମା,
ତୁମର ତୀର୍ଯକ ଦୃଷ୍ଟି ରେ
ବର୍ଷା ଧାରା ହେଲା ଅଶ୍ରୁ ରେ ରୂପାନ୍ତରିତ l
ହୃଦୟରେ ଲାଗିଗଲା ବିଷର୍ଣ୍ଣତା ର ମୋହର
ଉଦାସୀ ଚକ୍ଷୁ.... କମ୍ପିତ ଅଧର...
ତୁମ ବିରହ ରେ ଆଜି ବି ମୁଁ ଅଧୀର l
ନିଃସଙ୍ଗତାର ପ୍ରତିଧ୍ୱନିତ...
ରାଗିଣୀ ବିନା ନିଷ୍ଫଳ ପ୍ରତିସ୍ୱର
ଝରିପଡ଼େ ନିର୍ଜନ ପଥ ରେ l
ନିସ୍ତବ୍ଧତାର କୋଠରୀ ରେ
ତୁମ ଅପେକ୍ଷା ରେ ମୁଁ ଅପେକ୍ଷାରତା
ଅତୀତର ଅମାପ ସ୍ମୃତିକୁ
ହୃଦୟରେ ଧରି....
ଅଥଚ ତୁମେ.... 🌹🌹🌹