...

7 views

କଷ୍ଟ
ଛଦ୍ମବେଶେ ଆଜି ସଜେଇ ହେଇଛି
ସବୁ କଷ୍ଟକୁ ଢାଙ୍କିବା ପାଇଁ,
ଦେଖୁଛନ୍ତି ସବୁ ହରଷ ମୁଁହକୁ
ନିରାଶ ଯାଉଛି ରହି l

ଅର୍ଦ୍ଧଭଗ୍ନ ମୋର ହୃଦୟ ହେଇଛି
ଭବିଷ୍ୟତ ସବୁ ଦେଖି,
ଗୁମୁରି ଗୁମୁରି କାନ୍ଦୁ ଅଛି ଲୁଚି
ତାହା କେହି ନ ପାରଇ ଦେଖି l

କ୍ରୋଧ, ହିଂସା ସବୁ ଆପଣା ହୁଅନ୍ତି
ଦୁର୍ବଳତା ମୋର ଜାଣି,
ଦେଖି ସବୁ ଦୂର ହୁଅନ୍ତି ଆପଣା
ସ୍ୱାର୍ଥପର ମତେ ମଣି l

ବାଟବଣା ଆଜି ଲକ୍ଷକୁ ମୋ ଧରି
ସିଏ କହେ ମୁଁ ନୁହେଁ ତୋ ସ୍ଥାଇ,
ଲିଭିଯାଆନ୍ତିକି ଜୀବନର ଦୀପ
ଆଉ କରିବ କଣ ସେ ରହି l