...

8 views

ପ୍ରେମର ରଙ୍ଗ
ଏ କେଉଁ ଋତୁର ଛିଟା ଆସୁଅଛି
ଶିହରୀ ଯାଉଛି ତନୁ,
ଅଦିନେ ଫଗୁଣ ଢାଳିବକି ପ୍ରୀତି
ଆଶଙ୍କା ଆସୁଛି ମନୁ l

କଳରବ ଏଇ ବିହଙ୍ଗ ସ୍ବରଟି
କାଇଁ ମଧୁର କାନକୁ ଶୁଭେ,
ଗାଉଛି ଯେପରି ମୋ ପାଇଁ ସଂଗୀତ
ଏମିତି କାହିଁକି ଲାଗେ l

ଅଜାଣତେ ଓଠ ହସିଦିଏ ଟିକେ
କାରଣ ନଥାଇ କିଛି,
ଦେହ ଥାଏ ସିନା ନିଜ ପାଖେ ମୋର
ମନ ଯାଇଥାଏ ହଜି l

ମହକି ଯାଏତ ବିନା ଅତରରେ
ଟାଣିନିଏ ତାର ପଛେ,
ଏତ ପ୍ରେମର ବାସ୍ନାକି ଘାରୁଅଛି ମତେ
ଜାଣିପାରୁନି ମୁଁ ସତେ