...

4 views

କବିତା
ରଚେ ନିରନ୍ତର ଭାବାର୍ଥ ବିଶ୍ୱର,
ନିତ୍ୟ ଚରାଚର ହୁଏ ସେ ଭାବର।
ସ୍ୱପ୍ନରେ କେବେ ହୁଏ ଆତଯାତ,
ପ୍ରକୃତି ରାଣୀକୁ କରି ସୁଶୋଭିତ ।
ଶୁଭେ ଝରଣାର କୁଳୁକୁଳୁ ନାଦ,
କୁହୁକୁହୁ ତାନେ ପୁର୍ଣ୍ଣ ତା' ଗର୍ଭ ।
ଯହିଁ ଶିଶୁ ପ୍ରାଣ ହୁଏ ଆନନ୍ଦିତ,
କ୍ଷୁଦ୍ର ମନରେ ଅସରନ୍ତି ସ୍ୱପ୍ନ ।
ସ୍ୱପ୍ନ ରାଇଜରୁ ଆଣି କିଛି ରତ୍ନ,
ଚଲାପଥ କରେ ଶୁଭ୍ର କୁସୁମିତ ।
ବକ୍ଷ ଯାହାର ଦେଖାଏ ଗର୍ବ,
କହେ ଜୀବନରେ ସଂଗ୍ରାମ କର ।
ହେବା ପାଇଁ ଦିନେ ମହାମାନବ,
ମନେ ନୁଆଁ ଆଶା ସଂଚାର କର ।
ହଜାଇ ନିଜକୁ ସ୍ୱପ୍ନ ସାଗରେ,
ଉନ୍ମୋଚନ କରେ ଅଭୁଲା ଅତୀତ।
ରଚି ଦେଇ ଯାଏ କାଗଜ ପୃଷ୍ଠାରେ,
ସାରା ଜଗତର ମାନମହତ ।
ଜୀବନକୁ କରି ସେ ଅଂଗୀକାର,
ପ୍ରକୃତିକୁ ମଣି ଗଳାର ହାର ।
ସୃଷ୍ଟିକୁ କରିବ ଆନନ୍ଦମୟ,
ଏହି ଯେ ଭାବନା ସେ କବିତାର ।

-✍️ଅର୍ଚ୍ଚନା ମହାରଣା (ଲକି)
© Archana Maharana (Lucky)
#thoughtsofarchanalucky
#odiapoem
(You can listen the recitation of this poem on my YouTube channel. Link is in my bio.)