...

5 views

ପ୍ରେମ କହିବି କି ଆନନ୍ଦ?
ସମୟର ସ୍ରୋତରେ ଭାସି ଲାଗୁ ଥିଲା
ପ୍ରେମ ଗୋଟିଏ କଳଙ୍କ,
ଅଜଣା ରାସ୍ତାର ପଥିକ ହୋଇ ଭୁଲି ଯାଇଥିଲି
ଯେ ପ୍ରେମରେ ଯେଉଁ ଆନନ୍ଦ ଅଛି ନା
କେବଳ ମନକୁ ତୋସେ ତାହା ତ ଆତ୍ମା ର
ନିରବତାକୁ ମଧ୍ୟ ସୁର ଦେଇଥାଏ ।
ହୃଦୟର ଏହି ତନ୍ମୟ ଥରେ ଯେ କେତେ ସଙ୍ଗୀତ
ଜୀବନ ହାରିଛନ୍ତି ତାହା ଶବ୍ଦରେ ପ୍ରକାଶ
କରିହୁଏନା ।
ଏ ସରଳତା ଏ ମଧ୍ୟ ରାତ୍ରିରେ
ଆସୁଥିବା ଅନାବନା ଭବନା ଯେ ପ୍ରେମ ପ୍ରତୀକ
ମୁଁ ଭୂଳଯାଇ ଥିଲି ।
ଏକାନ୍ତରେ ରହି ସେହି ଛୋଟ ନଦୀର କୁଳୁକୁଳୁ ଶବ୍ଦଟି
ମୋ କାନ ମଧ୍ୟରେ ଭସିଉଠେ ମୂଲ୍ୟ ନ ଥିବା କଥା କହିବି ନା ପ୍ରେମର ଏହା ଭାଷା କହିବି ।
ବଡ଼ ଆଦରରେ ଏହି ଟିକି ହୃଦୟକୁ ମୁଁ ବାରମ୍ବାର ବୁଝାଏ
କିନ୍ତୁ ସଞ୍ଜ ନଇ ରାତ୍ରିର ଅନ୍ଧକାରରେ
ହୃଦୟଟି ପୁଣି ଚଗଲା ହୁଏ ବେଳେ ଭାବେ
ଜୀବନର ଏହି ବହୁ ମୂଲ୍ୟ ସମୟ ସମ୍ବଦକୁ
ମୁଁ କ'ଣ ପ୍ରେମ ପରି ଶବ୍ଦରେ ବ୍ୟଥ କରୁଛି?


।। ଇତି ।।
ତୁମ ନିଜର
© swastika