...

1 views

ମୁଁ "ସମୟ" .....
ଭଲ କରି ମୋତେ ଥରେ ବୁଝି ନେ'ରେ ମଣିଷ ।
ମୁଁ ଅଟେ "ଆଦି" ଫୁଣି , ମୁଁ ଅଟେ ଶେଷ ।।
ବୁଝି ଯଦି ପାରୁ ତୁହି,ଲକ୍ଷ୍ୟ ହେବ ସ୍ପଷ୍ଟ ।
ମତେ ଯଦି କରୁ ନଷ୍ଟ , ହେବୁ ପଥ ଭ୍ରଷ୍ଟ ।
ଜୀବ ଥିବାଯାଏ ତୁହି , ପାଉଥିବୁ କଷ୍ଟ ।।
ଏହାର ଜ୍ୱଳନ୍ତ ନମୁନା ଅଟେ ପାପୀ ଆଉ ଦୁଷ୍ଟ ।।
ଅନୁତାପର ନିଆଁରେ ତୁ , ଜଳୁଥିବୁ ରହି ।
କାହାରିକୁ କିଛି ବା ତୁ , ନ ପାରିବୁ କହି ।।
ଏ ସବୁକୁ ଅବା ମୁହିଁ ପାରିବି କି ସହି ।
ସେଥିଲାଗି ତୋ ପାଖକୁ ଆସିଅଛି ମୁହିଁ ।।
ମୁଁ "ସମୟ"
ଭଲକରି ମୋତେ ଥରେ ବୁଝି ନେ'ରେ ମଣିଷ ।।


© Biranchi Lenka