କିଛି ବିଦ୍ରୋହ
ଅନେକ ବିଦ୍ରୋହ ଜାଗିଥାଏ ମନେ
ପୁଣି ଥମିଛନ୍ତି ନିଜ ଦେହେ,
ପରିଧି ବାହାରେ ଚିତ୍କାରର ଶବ୍ଦ
ଶୁଭିନାହିଁ କେବେ ତିଳେ l
ସାନ୍ତ୍ୱନା ପାଇଛି ବିବେକ ପାଖରୁ
ରୋକିଛି ନିଜକୁ ବସି,
ଏଇ କିଛି ସମୟର ଭୟକୁ ଦୂରେଇ
କାଇଁ ସାହସୀ ଦେଖାଉ ଆସି l
କୁହୁଳିଛି ଧୂଆଁ ପ୍ରତିଟି କ୍ଷତରେ
ସିଞ୍ଚିଛି ଜଳ ମୁଁ ନିଜେ,
ଦୁର୍ବଳ ବୋଲିକି ସମ୍ବୋଧନା ଦେଇ
ଆଖି ଲୁହରେ ମୁଁ ଭିଜେ l