...

2 views

ମନର କଥା
ହଁ,,,,
ତୁମେ ବିଶ୍ବାସ କରିନିଅ ଯେ
ମୁଁ ଭୁଲି ସାରିଛି ତୁମକୁ,
ପଛ ସ୍ମୃତି କୁ,
ବିତିଯାଇଥିବା ଅତୀତ କୁ,
କିନ୍ତୁ ବେଳେବେଳେ ତୁମ ହ୍ୱାଟ୍ସ ଆପ୍ ର ବଦଳୁଥିବା ପ୍ରୋଫାଇଲ ଫଟୋଚିତ୍ର
ଶରୀରରେ ଶିହରଣ ଆଣିଦିଏ !!,,,
ମନକୁ କିଛି କ୍ଷଣ ପାଇଁ ସ୍ତବ୍ଧ କରିଦେଇ ଅତୀତର ଭାବନାରେ ବିହ୍ୱଳିତ କରିଦିଏ ।।
କୌଣସି ମ୍ୟୁଚୁଆଲ ବନ୍ଧୁଙ୍କର ସ୍ଟାଟସ୍ ରେ ତମକୁ ଦେଖି ଖୁବ୍ କଷ୍ଟରେ ନିଜକୁ ସଂଯତ କରେ କୌଣସି ରିପ୍ଲାଏ ନ ଦେବାକୁ,,!
କେବେ ଯଦିଓ ତୁମକୁ ଅନଲାଇନ ଥିବାର ଦେଖିନିଏ,, ଖୁସିରେ ଗଦଗଦ୍ ହୋଇ କଅଣ ଲେଖିବି କଅଣ ନାହିଁ ଭାବୁ ଭାବୁ ବହୁତ କିଛି ଲେଖିଯାଏ,,
କିନ୍ତୁ ତୁମେ ସେତେବେଳେକୁ ଅଫଲାଇନ ଯାଇସାରିଥାଅ ।।
ନମ୍ବର ତ ରଖିଛି ତୁମର
ହେଲେ;
କଲ୍ କରିବାକୁ ସାହସ ହେଉନି:(
କାରଣ ତୁମେ ତ ମୋତେ ନମ୍ବର ଦେଇନାହଁ
ତୁମେ ତ ନମ୍ବର ବଦଳାଇ ଦେଇଥିଲ ମୋ ବାରମ୍ବାର କଲ୍ ରେ ବିରକ୍ତ ହୋଇ,,:):
ହଁ,,
ଏମିତିରେ ବି ମୁଁ କିଏ ??!
ତୁମେ ତ ଭୁଲିସାରିଛ
ଏବେ ବିଶ୍ବାସ କରିନିଅ ଯେ ମୁଁ ମଧ୍ଯ ଭୁଲି ସାରିଛି ତୁମକୁ ।।
© sushreesangeetamishra