...

21 views

"ମା"
ମା',
କେଜାଣି କାହିଁ କେତେବେଳେ ବାନ୍ଧବୀ ସାଜି
ମୋ ମନରେ ଭରିଦିଏ ପୁଲକ,
ସଦା ହସ ମୁଖେ ରହି ଭେଟି ଦିଏ ଯିଏ ମୋତେ
ସ୍ନେହ ଓ ମମତାର ଅମୁଲ୍ୟ ରତ୍ନ;
ଆକାଶ ସମ ସେ ଅସୀମା,
ନ ଥିଲେ ପାଖରେ,
ମୋ ମନରେ ଆଙ୍କି ହୁଏ
ନିତି ଯା' ପ୍ରତିମା,
ସିଏ ମୋର ମା'।
ପ୍ରକୃତିର ସୌନ୍ଦର୍ଯ୍ୟରେ ଯେବେ ମୁଁ ଖୋଜେ,
ମୋତେ ଲାଗେ...ସବୁଜ ରଙ୍ଗର ଶାଢୀ ପିନ୍ଧି
ହସି ହସି ସେ ଚାଲୁଛି,
ଆଉ....ରାତି ହେଲେ,
ଟିମ୍ ଟିମ୍ ତାରା ଆକାଶରେ ଖେଳନ୍ତି,
ରୁପେଲି ଓଢଣା ମଧ୍ୟରୁ ମୁହଁ ଖୋଲି
ହସେ ଯେଉଁ ଚନ୍ଦ୍ରମା,
ସିଏ ମୋର ମା'।

-✍️ଅର୍ଚ୍ଚନା ମହାରଣା (ଲକି)

© Archana Maharana (Lucky)
#thoughtsofarchanalucky
#odiapoetry