...

4 views

ସନ୍ଧ୍ୟାର ଆଗମନେ
ପଶ୍ଚିମ ଆକାଶେ ବୁଡିଲେଣି ରବି
ନିତ୍ୟକର୍ମ ତାଙ୍କ ସାରି,
ବିହଙ୍ଗ ଫେରନ୍ତି ଦଳଦଳ ହେଇ
ମଧୁର କାକଳି କରି l

ସନ୍ଧ୍ୟା ଅବସ୍ଥାନେ ପ୍ରକୃତିର ରାଣୀ
ମୋହିନୀଏ ତାର ରୂପେ,
ବିଞ୍ଚିଦିଏ ତାର ଅଳସ ଓଢଣୀ
ଦେଖି କଲମ କବିକୁ ଡାକେ l

ଶେଫାଳି ସୋନ୍ଦର୍ଯ୍ୟ ଦେଖିବ ସେବେଳେ
ଲାଗେ ସାଜିଛିକି ବଧୂବେଶ,
ତାର ରୂପର ରଙ୍ଗରେ ସଭିଙ୍କୁ ଯେପରି
ମନକୁ କରେ ଆକୃଷ୍ଟ l

ଚାଷୀ ଆସୁଥିବ ହରଷ ମନରେ
ଲଙ୍ଗଳ କାନ୍ଧରେ ବୋହି,
ଅପେକ୍ଷାରେ ଥିବା ପରିବାର ତାର
ତାକୁ ଦେଖି ଖୁସି ଯିବ ଖେଳି l

ସନ୍ଧ୍ୟା ଆଗମନେ ଏକାଠି ହୁଅନ୍ତି
ପରିଶ୍ରମ ସବୁ ସାରି,
କ୍ଲାନ୍ତି ଦୂର ହୁଏ ଆପଣଙ୍କ ପାଖେ
ସବୁ ଖୁସିରେ ଯାଆନ୍ତି ଭରି l