...

2 views

Happy Anniversary Bhai/did.
ଏମିତି ଏକ ଖୁସିର ଦିନରେ ଭାଇ ଓ ଦେଇଙ୍କ ପୂର୍ବ ସ୍ମୃତିକୁ ତାଜା କରିବା ପାଇଁ ଛୋଟ କବିତା ଟେ...

👲ନିହାରଭାଇ ଦିଦିଙ୍କୁ କହୁଛନ୍ତି.....
🎂🎂❤️❤️🎂🎂

ବର୍ଷ ପରେ ବର୍ଷ ଗଡି ଗଡି କରି
୧୬ ବର୍ଷ ପୂରି ଗଲା
ସେ ଦିନର କଥା ଭାବିଲା ବେଳକୁ
ଦେହ ମୋର ଥରୁଥିଲା 💞
ବାପା ଓ ବୁଢିଆ ପସନ୍ଦ କରିକି
ବୋହୁଟିଏ ଖୋଜିଥିଲେ
ରୂପରେ ସୁନ୍ଦରୀ ଗୁଣରେ ଚାତୁରୀ
ସର୍ବେ ଦେଖି କହୁଥିଲେ 💞
ପ୍ରଶଂସା ତୁମର କରି ଚାଲୁଥିଲେ
ଗାଁ ଓ ପଡିଶା ଭାଇ
ମନେ ମନେ ମୁହିଁ ଖୁସି ହେଉଥିଲି
ଲକ୍ଷ୍ମୀ ପ୍ରତିମାକୁ ପାଇ 💞
ଦୁଃଖ କଷ୍ଟ ବହୁ ସହି ଅଛ ପ୍ରିୟେ
ଦେଖିଚି ମୋ'ର ଏ ଆଖି
ତୁମକୁ ପାଇକି ଗର୍ବିତ ହେଉଛି
ଇଶ୍ୱର ରହିଲେ ସାକ୍ଷୀ 💞
ରାନୀ ରିଚା ଆମ ସୁଖର ସଂସାରେ
ଅଟନ୍ତି ଦୁଇ'ଟି ରତ୍ନ
ତାଙ୍କ ଭଲ ପାଇଁ ନିଜେ ଦୁଃଖେ ରହି
ନେଉଛ ତାଙ୍କର ଯତ୍ନ 💞
ଈଶ୍ୱରଙ୍କୁ ମୁହିଁ ପାର୍ଥନା କରୁଛି
ସଦା ଖୁସି ତୁମେ ରୁହ
ଭଲ ପାଇବାର କମି କରିବନି
ମୁରୁକି ହସି'କି କୁହ 🤓🤓💞

👸ଦିଦି ବି ଭାଇଙ୍କ ପ୍ରଶଂସା କରିବାକୁ ଯାଇ ତାଙ୍କ କବିତା କହିବାକୁ ଲାଗିଲେ...
🎂🎂❤️❤️🎂🎂

୧୬ ବର୍ଷ କେବେ ପୁରିଗଲା ପ୍ରିୟ
ବୁଝି ମୁଁ ପାରିଲି ନାହିଁ
ଏକ ଜନ୍ମ ନୁହେଁ, ଜନ୍ମ ଜନ୍ମ ଯାଏ
ତୁମ ସାଙ୍ଗରେ ଚାଲିବି ଧାଇଁ 💞
ଶରୀରଟେ ସିନା ଧାରଣ କରିଛି
'ପ୍ରାଣ' ଅଟେ ତୁମେ ମୋର
ଏକାଠି ବଞ୍ଚିବା, ଏକାଠି ମରିବା
ଏହା ପରା ଆମ ସ୍ୱର 💞
ତୁମ ବାହୁ ତଳେ ରହିଥିଲେ ମୁହିଁ
ନାହିଁ ମୋ କାହାକୁ ଡର
ଆଜିର ଦିନରେ କଥା ତୁମେ ଦିଅ
ନ କରିବ କେବେ ପର 💞
Happy Anniversary Both of You..
🎂🎂💞❤️❤️🎂🎂
Regards:jena_swain_lenka






© Biranchi Lenka