...

2 views

ପୁଅ ବୋହୂ
ଯାହା ଘରେ ପୁଅଟେ ଜନ୍ମ ହେଇଛି
ବୋହୁ ଆସିବାଟା ନିଶ୍ଚେ ରହିଛି🎈
ପୁଅ ଜନ୍ମହେଲେ ଘରେ ସଭିଏଁ
ସାଇ ପଡ଼ିଶାଙ୍କ ମନକୁ ମୋହେ🎈
ପାଠ ଶାଠ ଦେଇ ବଡ କରାନ୍ତି
ପୁଅ ବଡ ହେଲେ ବିଭା ଦିଆନ୍ତି🎈
ବୋହୁଟିଏ ଯେବେ ଘରକୁ ଆସେ
ଶାଶୂଘର ଲୋକ ଖୁସିରେ ହସେ🎈
ସ୍ୱାମୀ ତାର ସେଠି ଅତି ନିଜର
ଆଉ ଲାଗେ ତାକୁ ସବୁ ଯେ ପର🎈
ବିବାହ ପରେ ଯେ ହନିମୁଁନ ଗ୍ରସ୍ତ
ଶାଶୂଘରେ ଲାଗେ ବୋହୂକୁ ବ୍ୟସ୍ତ🎈
ମର୍ଡନ ବୋହୂର ସଡ଼ନ କଥା
ଶାଶୁ ଶଶୁରଙ୍କୁ ଲାଗଇ ବ୍ୟଥା🎈
ଆଶା ରଖିଥାନ୍ତି ବୋହୁ ଆସିବ
ବାର୍ଦ୍ଧକ୍ୟ କାଳରେ ସହାୟ ହେବ🎈
କିନ୍ତୁ ସବୁ ଏଠି ଓଲଟା ହୁଏ
ବୋହୂକୁ ନେଇ ପୁଅ ବିଦେଶେ ରୁହେ🎈
ଦିନେ ପୁଅ ଥିଲା ଅତି ନିଜର
ବୋହୁ ଆସିବାରେ ହୁଅଇ ପର🎈
ସଂସାରର କଥା କିସ କହିବେ
ବୁଢା ବାପା ମା ବୃଦ୍ଧାଶ୍ରମେ ରହିବେ🎈
ଅଜବ ଦୁନିଆ ଗଜବ କଥା
କହିବା ବାଲାକୁ ଲାଗଇ ବ୍ୟଥା🎈
ଇଙ୍ଗିତ କରୁନି କାହାକୁ ଭାଇ
ସମୟ ଆସିଲେ ବୁଝିବ ଯାଇ🎈
© Biranchi Lenka