ସଖୀ
ଧରିଲି ଆଜି ଯେବେ କଲମ କୁ ଟେକି,
ସାହି ନ ଝରିଲା ତହିଁରୁ ସଖୀ ।।
ଶବ୍ଦ ସବୁ ଯେହ୍ନେ ଛିଟିକି ପଡ଼ିଲେ,
ଅସଜଡା ମୋର ଏହି ମନକୁ ଦେଖି ।।
ଲେଖିବି,ଲେଖିବି ବୋଲି ବସିଲି ଭାବି ,
ଜର୍ଜରିତ କୋହକୁ ସମ୍ଭାଳି ରଖି ।।
ଭାବନା କି ଆଉ ଦେଲା ଯେ ପରଖି,
ନାହିଁ ରେ ମା ,ତୁ ଆଜି ପାରିବୁନି ଲେଖି।।
ଏମନ୍ତେ ବସନେ ଦେଖେ ଯେବେ ଚାହିଁ,
ଧାଡ଼ି ପରେ ଧାଡ଼ି ଦେଲିଣି ମାଖି।।
କଲମ କହୁଛି ଦେଖି ମୋ ଆଖି,
ନ କର ତୁ ଊଣା, ମୁ ତୋ ପାଇଁ ଅଛି।।
ଠପ୍ କିଣା ଗଡିଗଲା ଠୋପା ଦୁଇ,
ସାଧା କାଗଜରେ ଗଲା ସାହି ପିଇ।।
ସାମାନ୍ୟ ଟିକେ ଦେଲି ହସି ,
କହି ଏହା କି, ହଁ ମୋ ପାଖେ ଅଛି ମୋର *ସଖୀ* ।।
ସାହି ନ ଝରିଲା ତହିଁରୁ ସଖୀ ।।
ଶବ୍ଦ ସବୁ ଯେହ୍ନେ ଛିଟିକି ପଡ଼ିଲେ,
ଅସଜଡା ମୋର ଏହି ମନକୁ ଦେଖି ।।
ଲେଖିବି,ଲେଖିବି ବୋଲି ବସିଲି ଭାବି ,
ଜର୍ଜରିତ କୋହକୁ ସମ୍ଭାଳି ରଖି ।।
ଭାବନା କି ଆଉ ଦେଲା ଯେ ପରଖି,
ନାହିଁ ରେ ମା ,ତୁ ଆଜି ପାରିବୁନି ଲେଖି।।
ଏମନ୍ତେ ବସନେ ଦେଖେ ଯେବେ ଚାହିଁ,
ଧାଡ଼ି ପରେ ଧାଡ଼ି ଦେଲିଣି ମାଖି।।
କଲମ କହୁଛି ଦେଖି ମୋ ଆଖି,
ନ କର ତୁ ଊଣା, ମୁ ତୋ ପାଇଁ ଅଛି।।
ଠପ୍ କିଣା ଗଡିଗଲା ଠୋପା ଦୁଇ,
ସାଧା କାଗଜରେ ଗଲା ସାହି ପିଇ।।
ସାମାନ୍ୟ ଟିକେ ଦେଲି ହସି ,
କହି ଏହା କି, ହଁ ମୋ ପାଖେ ଅଛି ମୋର *ସଖୀ* ।।