...

8 views

ମାଆ
ଗୋଟେ ଶିଶୁର ଓଠରୁ ପ୍ରଥମ ଶବ୍ଦହିଁ
ମାଆ ବୋଲି ଶୁଭିଥାଏ,
ସେଇ ଶବ୍ଦର ଆଶିଷେ ଜୀବନରେ ସିଏ
ଦୁନିଆକୁ ଜିଣିପାରେ l

ପ୍ରତିଟି ପାଦରେ ଆବଶ୍ୟକ ତୁହି
ତୋବିନା ଅନ୍ଧାର ସବୁ,
ଶରୀରର ଗୋଟେ ଅଂଶ ଅଟୁ ତୁହି
ତୁତ ପ୍ରେମର ଅସୀମ ବିନ୍ଦୁ l

ଯେତେ ଉପହାର ଦେଲେ ଉଣା ତୋର ପାଖେ
ସବୁ ତୋପାଖରେ ତୁଚ୍ଛ,
ତୋର ମମତାର ଋଣକୁ ଭରିବା ପାଇଁକି
ଚେଷ୍ଟା କରିବି ଜୀବନ ଯାକ l