...

3 views

ତୁମେ
ତୁମେ ଜହ୍ନ ମୋ ଅମାବାସ୍ୟା ତିଥିର,
ତୁମେ ଆରମ୍ଭ ମୋ ପହିଲି ପ୍ରାପ୍ତର l
ତୁମେ ଦୀର୍ଘ ଖୁସିର ଆଗମନ,
ତୁମେ ମୋ ସ୍ବପ୍ନର ପାରିଜାତ ବନ l

ତୁମେ ମୋ ଭକ୍ତି ପୂଜାର ବର,
ତୁମେ ଭୟରେ ସାହସ ମୋର l
ତୁମେ କର୍ତ୍ତବ୍ୟ ଅଟ ମୋ ଜୀବନର,
ତୁମେ ମୋ ଉତ୍ତମ ଭାଗ୍ୟର ଫଳ l

ତୁମେ ଚୂଡାନ୍ତ ଯେ ମୋ ଶେଷର,
ତୁମେ ସ୍ୱାଭିମାନ ମୋ ଗର୍ବର l
ତୁମେ ସ୍ବପ୍ନ ମୋ ଭବିଷ୍ୟତର,
ତୁମେ ଫଳ ମୋ ଦୀର୍ଘ ଅପେକ୍ଷାର l