...

0 views

- ଫାଦର୍ଶ ଡେ - ଏସ୍ ଏସ୍ ଏନେ✍️..
ଫାଦର୍ଶ ଡେ ।

ପିତା ସ୍ବର୍ଗ ରୂପେ , ଅଭିନନ୍ଦନୀୟ
ସନ୍ତାନ ଜଣାଏ , ଶୁଭେଚ୍ଛା ବାର୍ତ୍ତା,,
ନିର୍ଣ୍ଣାୟକ ରୂପେ , ସାରା ବିଶ୍ବ ପାଇଁ
ଆମ ସଂସ୍କୃତିରେ , ନିଆରା ପ୍ରଥା।।...ଏସ୍ ଏସ୍ ଏନେ✍️..

"ଫାଦର୍ଶ ଡେ" ଟି', ପିତାଙ୍କୁ ଉଦ୍ଦିଷ୍ଟ
କାମନା କରନ୍ତି , ସନ୍ତାନ ମାନେ,,
ସ୍ବାସ୍ଥ୍ୟ ଓ ସମୃଦ୍ଧି , କୁଶଳ ମଙ୍ଗଳ
ମନାସି ଥାଆନ୍ତି , ପିତାଙ୍କ ନାମେ।।...ଏସ୍ ଏସ୍ ଏନେ✍️..

ଜନ୍ମଦାତା ରୂପେ , ପରିଚୟ ନୁହେଁ
ମଣିଷ କରିବା , ଗୁରୁତ୍ବପୂର୍ଣ୍ଣ ,,
ଦାୟିତ୍ଵ ବୋଧକୁ , ଏ ଗୁରୁ ଦାୟିତ୍ଵ
ପିତା କୁ ନିର୍ଭର , ତା'ର ସନ୍ତାନ।।...ଏସ୍ ଏସ୍ ଏନେ✍️..

ସହାୟକ ଯେଣୁ , ପିତାଙ୍କ ଭୂମିକା
ଭବିଷ୍ୟତ ଗଢ଼ା , ପିତାଙ୍କ ହାତେ,,
ନାହିଁ କେହି ଜଣେ , ନି‍ଃସ୍ବାର୍ଥ ଭାବରେ
ପିତା ସମରଥ , ଏହି ଜଗତେ।।...ଏସ୍ ଏସ୍ ଏନେ✍️..

ସଂସାର ନିୟମେ ,ସର୍ବମୟ କର୍ତ୍ତା
ସନ୍ତାନ ମାନଙ୍କ , ଅଟନ୍ତି ପିତା,,
ଜନ୍ମ ଠାରୁ ଯିଏ , ସ୍ବପ୍ନ ହିଁ ଦେଖାନ୍ତି
ଆଗକୁ ବଢ଼ିବା , ଗୋଟିଏ କଥା।।...ଏସ୍ ଏସ୍ ଏନେ✍️..

ଯେତେ ବାଧାବିଘ୍ନ , ଆସୁନା ପଛକେ
ମଥା ପାତି ସିଏ , ସବୁ ସହନ୍ତି,,
ଆବଶ୍ୟକତା କୁ , ଯେତେକ ଦରବ
ବିନା ଦ୍ବିଧାରେ ସେ', ଆଣି ଦିଅନ୍ତି।।...ଏସ୍ ଏସ୍ ଏନେ✍️..

ଲକ୍ଷ୍ୟ ପଥେ କେବେ , ଅଟକି ନଯାଉ
ସନ୍ତାନ ତାଙ୍କର , ମଣିଷ ହେଉ,,
ସଂକଳ୍ପେ ସର୍ବଦା , ପିତା ଚରିତ୍ର'ଟି
ସହିଥାଏ ତେଣୁ , ସମାଜେ ଦାଉ।।...ଏସ୍ ଏସ୍ ଏନେ✍️..

ଆକାଶ ସହିତ , ପିତାଙ୍କ ତୁଳନା
ଭାରତୀୟ ଭାବେ , ଆମ ସଂସ୍କାର,,
ପିତା ମହାଦ୍ରୁମ , ଜନ୍ମିତ ସନ୍ତାନେ
ସାହାରା ପରାୟେ , ଆଶ୍ରୟ ତା'ର।।...ଏସ୍ ଏସ୍ ଏନେ✍️..

ବିଶ୍ଵ ପ୍ରକାଶ କୁ , ସ୍ବାଗତ ଯୋଗ୍ୟ ଏ
ଯାହା ବି ଉଦ୍ଦେଶ୍ୟ , ଗ୍ରହଣ ଯୋଗ୍ୟ,,
ଆମ ସଂସ୍କୃତିରେ , ପିତା ହିଁ ସମ୍ବଳ
ପିତା'ର ଦାୟିତ୍ଵ , ଉଲ୍ଲେଖଯୋଗ୍ୟ।।...ଏସ୍ ଏସ୍ ଏନେ✍️..

ସ୍ଥିରୀକୃତ ଏହା , ତୃତୀୟ ରବି କୁ
ଜୁନ୍ ମାସେ ପଡ଼େ , ପ୍ରତି ବରଷ,,
କୃତଜ୍ଞ ଭାବରେ , ସନ୍ତାନ ଜଣାଏ
ଅଭିନନ୍ଦନୀୟ , ପିତୃ ଦିବସ।।...ଏସ୍ ଏସ୍ ଏନେ✍️..
----- © -----