...

6 views

ତୁମେ ହେଇ ପାରିବକି
ତୁମେ ହେଇପାରିବକି ସ୍ବପ୍ନ ମୋ ରାତିର
ମୁଁ ଦିନକୁହିଁ ଯିବି ଭୁଲି,
ଆଦରି ନେବି ମୁଁ ଘନ ଅନ୍ଧକାର
ତୁମ ଛାୟା ପାଶେ ଥିଲେ ଖାଲି l

ତୁମେ ହେଇପାରିବକି ପରିଚୟ ମୋର
ମୁଁ ସବୁ କରିଦେବି ପଛ,
ଏଇ ଦୁନିଆର କଥା ପଛେ ଛାଡ଼ିଦେଇ
ବାଛିନେବି ତୁମ ହାତ l

ତୁମେ ହେଇପାରିବକି ପୁଣ୍ୟ ମୋ କର୍ମର
ପାପ ଶବ୍ଦକୁ ମୁଁ ଯିବି ଭୁଲି,
ସାଉଁଟୁ ଥିବି ମୁଁ ପ୍ରତିଟି ସମୟେ
ତୁମରି ଛବିକୁ ଭାଳି l

ତୁମେ ହେଇପାରିବକି ଶବ୍ଦ ଏ କବିର
ଖାଲି ବର୍ଣ୍ଣିବି ତୁମକୁ ବସି,
ପ୍ରତି ଭାବନାରେ ଉଙ୍କି ମାରୁଥିବ
ସବୁ ସମୟରେ ଆସି l