...

5 views

ଫିକା ଲାଗେ ସବୁ
ବୟସ ଦେଶର ମଧ୍ୟ ଭାଗେ ରହି
ଦୋଛକି ହେଇଛି ମୋଡ଼,
ସମସ୍ୟାର ରାସ୍ତା ଏଡାଇ ନ ପାରି
ମନବୋଳ ନାହିଁ ଦୃଢ଼ l

କୁମ୍ଭୀର ପୋଖରୀ ପଦ୍ମଫୁଲ ପରି
ଘୁଞ୍ଚି ଯାଉଅଛି ଆଶା,
ନୀରବତା ଆଣେ ପ୍ରଚଣ୍ଡ ଆଘାତ
ରହିଯାଏ କିଛି କଥା l

ପଲକ ପଡୁଛି ତୁମ ସ୍ମୃତିର ପିଞ୍ଛରେ
ଗୋଟିଗୋଟି ଆଖି ଆଗେ,
ଭୁଲି ନାହିଁ ଯଦି ସ୍ମୃତିକୁ ତୁମର
କୁହ ତୁମକୁ ଭୁଲିଲି କେବେ l

ଫିକା ଲାଗେ ସବୁ ତୁମ ବିନା ସାଥି
ଅଧୁରା ଲାଗେ ନିଶ୍ୱାସ,
ମୋର କଲମ କହୁଛି ଏଇ ଲେଖିକା ପାଇଁକି
ସବୁ ସମୟେ ତୁମେ ଆବଶ୍ୟକ