...

5 views

ମୁଁ
ରାଜଉଦ୍ୟାନର ଗୋଲାପ ନୁହେଁ ମୁଁ
ଖାଲି ସନ୍ଧ୍ୟାର ଶେଫାଳି ଟିଏ,
ଝଡିଯାଏ କିଛି ରଙ୍ଗ, ବାସ୍ନା ଦେଇ
ଆଉ ତୁମ ଆଦର ସାଉଁଟୁ ଥାଏ l

ଅସଂଖ୍ୟ ଆଲୋକ ନୁହେଁ ମୁଁ ଅନ୍ଧାରେ
ଗୋଟେ ଏକାକୀନୀ ଦୀପଟିଏ,
କିନ୍ତୁ ଆଶା ମୁଁ ହୋଇବି ନିଶାକର ଜ୍ୟୋସ୍ନା
ଜିତିଵି ଅନ୍ଧାର ଛାଏଁ l

ମୁଁ ସେଇ ପରିପୂର୍ଣ୍ଣ ଭାଗ୍ୟଟିଏ ନୁହେଁ
ଯିଏ ଆସି ଆଲୋକିତ କରିବ
ତୁମ ଭବିଷ୍ୟତର,
କିନ୍ତୁ ଆପଣେଇ ନେଲେ ସାଥୀହେଇଥିବି
ତୁମ ଆଜୀବନ ସୁଖ ଦୁଃଖର l