...

4 views

ବାପା (Such a deep word that has no end.)
ଗତକାଲି ଠାରୁ ସାମାନ୍ୟ ଶାରୀରିକ ଯନ୍ତ୍ରଣାରେ ବ୍ୟଥିତ ହୋଇ ମୁଁ ଘରକୁ ଫୋନ କରିଲି! ଡର ଥାଏ ସ୍ୱାସ୍ଥ୍ୟକୁ ଭଲ ନରଖି ପାରିବା କଥା ଶୁଣି ବାବା (ନନା) ରାଗିବେ ଆଉ ଗାଳି ବି କରିବେ, ଆଉ କହିବେ ମୁଁ ତୋ ମାମା (ବୋଉ)କୁ କିଛିଦିନ ତୋ ପାଖକୁ ପଠେଇବି କି ?
କିନ୍ତୁ ମୁଁ ଯାହା ଭାବୁଥିଲି ଯୋଗକୁ ସେମିତି କିଛି ହେଲାନି, ବାବା(ନନା) ଙ୍କୁ ଜଣେଇଲି ଯେ ଟିକେ ଦେହ ଖରାପ ଅଛି, ଆସନ୍ତାକାଲି ଔଷଧ ପଠାଅ... ଘରପାଖରୁ ସହର ଅଭିମୁଖେ ମାତ୍ର ଗୋଟିଏ ବସ ଆସେ ନାଁ ହେଉଛି “ଶ୍ରୀ ଜଗନ୍ନାଥ”!! ଅଫିସରେ ଥାଇ କାର୍ଯ୍ୟରେ ବ୍ୟସ୍ତ ଥିବା ଭିତରେ ମାମାର(ବୋଉ) ୫ ଥର ଫୋନ ଆସି କଟି ସାରିଛି !! ଅଫିସରୁ ବାହାରକୁ ଆସି ଫୋନ ଲଗେଇଲି ଘରକୁ -- ହଁ, ମାମା (ବୋଉ) କ'ଣ କହୁଛୁ ?
ମା- ଆରେ ଗୁଡ୍ଡୁ! ତୋ ବାବା (ନନା)ବସରେ ଔଷଧ ପଠେଇଛନ୍ତି, ବସଷ୍ଟପ୍ରୁ ଆସି ଔଷଧ ନେଇଯିବୁ, ଆଉ ହଁ ବାବା ଜାଣନ୍ତି ଯେ ଔଷଧ କେମିତି ଖାଇବୁ, ସେ କଥା ତୁ ବାବାଙ୍କୁ (ନନା) ଫୋନ କରି ବୁଝିନବୁ
ମୁଁ- ହଉ, ବୁଝିନେବି !!
ମାମା (ବୋଉ) କୁ ହଁ କହି ଫୋନ ରଖିଦେଲି ଠିକ ସଂନ୍ଧ୍ୟା ଥାଇ ଏକଘଣ୍ଟା ଆଗରୁ ଅର୍ଥାତ ସମୟ ପାଖାପାଖି ୫ ବାଜି ୫ ହେବ ...
ମନରେ ଥାଏ ଔଷଧ ଆସି ପହଞ୍ଚିଗଲା, ଏବେ ଶରୀର ଟିକେ ଆଶ୍ବସ୍ତି ଲାଭ କରିବ l ସମୟ ପରେ ସମୟ ଗଡି ଚାଲି କେତେବେଳେ ଚାରିଘଣ୍ଟା ବିତି ଗଲାଣି, ହେଲେ ନିଜ ଆଡୁ ସମୟ ପ୍ରତି ନିଘା ନାହିଁ!
କ'ଣ ଦୁଇଟା ପେଟକୁ ଗୁଣ୍ଡେ ଦେଇ, ଆସିଥିବା ଔଷଧକୁ ଖାଇ ଶୋଇପଡିଲେ ସକାଳକୁ ଦେହ ଓ ମନ ବେଶ୍ ଫୁର୍ତ୍ତି l ହେଲେ ମନେ ନଥାଏ ବାବା(ନନା)ଙ୍କୁ ଫୋନ କରି ବୁଝିବା ପାଇଁ -- ପୁଅର ଗୋଟିଏ ଫୋନରେ ପଠେଇଥିବା ଔଷଧକୁ କିପରି ଖାଇବି ??
ସେତବେଳକୁ ହାତରେ ମୋବାଇଲ ଥାଇ ମଧ୍ୟ ଦେଖିନି କେତେବେଳେ ବାବା(ନନା)ଙ୍କ ଫୋନ ଆସି କଟିଯାଇଛି ll ରାତି ଖାଇବା ଖାଇସାରିଛି, ଘର ଓଦା କପଡ଼ାରେ ଲିପାପୋଛା ସାରିଛି... ମନେ ପଡିଲା ଔଷଧ କଥା ?? କାଳ ବିଳମ୍ବ ନକରି.. ହାତରେ ଫୋନ ଉଠେଇ ବାବା(ନନା)ଙ୍କୁ ଫୋନ ଲଗେଇଛି ତ, ମୋ ପାଟିରୁ hello ଶବ୍ଦ ବାହାରିବା ପୂର୍ବରୁ ଚାରିଟି ରିଙ୍ଗରେ ଫୋନ ଉଠେଇ ପଚାରିଲେ - ଗୁଡ୍ଡୁ! ବସ ହାତରେ ଔଷଧ ପଠେଇଥିଲି, ପାଇଛୁଟି ?
ଉତ୍ତରରେ ମୁଁ “ହଁ” କହି, କହିପକେଇଲି ମୁଁ ବା ମାମା(ବୋଉ) କୁ ଫୋନ ମାଧ୍ୟମରେ ଜଣେଇଦେଇଛି ଔଷଧ ପାଇଲି ବୋଲି... ଏବେ ଜାଣିବାର ଅଛି କେମିତି ଖାଇବି ? ପଲିଥିନ ମୁଣା ଭିତରେ ଥାଏ ଦୁଇଟି ଔଷଧ ll ଖୋଲି ଦେଖିଲି ତ' ଦୁଇଟି ଯାକ ଡବା l ଗୋଟିଏ ବଡ଼ ଏବଂ ଅନ୍ୟଟି ଛୋଟ ll ଘରେ ସବୁବେଳେ ରୁହେ, ହେଲେ ଯାହା ଦରକାର ହୁଏ ମାମା (ବୋଉ)ଙ୍କୁ କୁହେ... ଆଉ ଆମ ଆଦେଶ ନିୟମରେ ପରିଣତ କରିବା ପାଇଁ ମାମା (ବୋଉ) ପ୍ରଧାନମନ୍ତ୍ରୀ ସାଜି ଚାଲିଯାଏ, ଘରର ମେରୁଦଣ୍ଡ ଭଳି ଛିଡା ହୋଇଥିବା, ଅସହ୍ୟ ଯନ୍ତ୍ରଣାର ଅନଳରେ ଦଗ୍ଧ ହେଉଥିବା ସ୍ଥିର ଗମ୍ଭୀର ଚିତ୍ତଧାରୀ ବ୍ୟକ୍ତି ବିଶେଷଙ୍କ ପାଖକୁ ll ଏଣୁତେଣୁ କଥା ଦୁଇପଦପରେ ଖୋଲିଯାଏ ମୌଖିକ ଅଭିଯୋଗ, ଯାହା ଘରର ମୁଖ୍ୟପତିଙ୍କ ଦ୍ୱାରା ନିୟମରେ ପ୍ରଣୀତ ହେବାକୁ ଥିବା ଅଦୃଶ୍ୟ ଅଲେଖା ଚିଠା !!
ଲେଖୁ ଲେଖୁ କିଛି ବାସ୍ତବତାକୁ ପଛରେ ରଖି ଭୁଲିଗଲି କ୍ଷଣିକ ମୁହୂର୍ତ୍ତର ପଶ୍ଚାତପଟରେ ଘଟିଥିବା ମୋ କାହାଣୀକୁ ??
ପଚାରି ବୁଝିଲି ଔଷଧ ଖାଇବାର ପ୍ରଣାଳୀକୁ, କଥା କଥାରେ ବାବା(ନନା)ଙ୍କ ସହିତ କଥା ହେଇ ଟିକେ ଆଗକୁ ଯାଇଛି କି ନାହିଁ, କଥାର ରୂପ ରେଖରେ ସାମାନ୍ୟ ବାଙ୍କ ପରିଲିକ୍ଷିତ ହେଲା ଭଳି ମତେ କାଇଁ ଟିକେ ଲାଗିଲା!!
କଥାର ମୋଡରେ ଏଣୁତେଣୁ ସମସ୍ତଙ୍କ ଖବର, ଗାଁ ସାହିର ଭଲ ମନ୍ଦ କଥା ଭିତରେ ପଶି ଆସିଲା ବର୍ଷା ଋତୁର ଅନବରତ ବରଷୁଥିବା ବାରିରେ ଏକ ସୁକ୍ଷ୍ମ ଝାଞ୍ଜି ପବନ!
ପଚାରିଦେଲେ ବାବା (ନନା) ମତେ -- କର୍ତ୍ତବ୍ୟର ପାହାଚରେ ବର୍ତ୍ତମାନର ପଦାର୍ପଣ ହେବାକୁ ଯଦିଓ ସମୟ ଆସିନି ତୋର, ତଥାପି ଆଗକୁ ଲମ୍ବୀଥିବା ସୁଦୀର୍ଘ କର୍ତ୍ତବ୍ୟର ପାହାଚକୁ ଲଙ୍ଘିବା ପାଇଁ ତୁ ପ୍ରସ୍ତୁତ ଅଛୁ ତ' ??
ମୁଁ କିଛି କ୍ଷଣ ଚୁପ ରହି, ସ୍ପଷ୍ଟ ଭାବେ ପ୍ରତି ଉତ୍ତରରେ ଜଣେଇ ଦେଲି -- ମୁଁ ପ୍ରସ୍ତୁତ ll
ହେଲେ ସେପଟୁ ବାବା(ନନା)ଙ୍କର ସ୍ମିତ ହସଟିଏ ହସି କହିଦେଲେ -- ଆଗକୁ କେବଳ ଆସୁଥିବା ସମୟକୁ ଅପେକ୍ଷା !!
#RiteshDash #realstory