...

1 views

ସମୟ
ବର୍ଷ ପରେ ବର୍ଷ, ମାସ ପରେ ମାସ
ସମୟ ତ ଅନବରତ ଚାଲିଥାଏ
କିନ୍ତୁ ମନୁଷ୍ୟ କେବେ ସମୟ ସହ ତାଳ ଦେଇ ଚାଲେ
କେବେ ହଜିଯାଏ ଅତୀତର କୃଷ୍ଣ ଗର୍ତ୍ତରେ
କେବେ ସେ ହସେ ସ୍ମୃତିର ପସରାକୁ ମନେ ପକାଇ
କେବେ ସେ କାନ୍ଦେ ସେଇ ସ୍ମୃତୀର ଆଲୋଡନରେ
ସମୟ ଚକ୍ରରେ କିଛି ସୁନ୍ଦର ସମର୍କ ଦେଇଥାଏ ଆତ୍ମତୃପ୍ତି
ଆଉ କେବେ କିଛି ବିଭତ୍ସ ସମ୍ପର୍କ କରିଥାଏ ଅଶାନ୍ତ ଏ ମନ
କେବେ ମନ ହୁଏ ହଜିଯିବାକୁ ସେଇ ସୁନ୍ଦର ଅନୁଭୂତି ରାଇଜରେ
ପୁଣି କେବେ ମନ ହୁଏ ସଂସାର ତ୍ୟାଗୀ ଚାଲିଯିବାକୁ ଅପନ୍ତରା ପଥିକ ସାଜି
କେବେ ସମ୍ମାନର ହାତଧରି ସାମାଜିକ କରେଇବାର ପ୍ରଚେଷ୍ଟା ଥାଏ
କେବେ ଅମଣିଷ ସଜାଇ କରନ୍ତି ଦାଣ୍ଡରେ ହତାଦର
କେବେ ମଣିଷର ମଣିଷପଣିଆର ଦୃଷ୍ଟାନ୍ତ ଆଖି ଝଲସେଇ ଦିଏ
କେବେ ପୁଣି ସେଇ ମଣିଷର ଅମାନବିକତା ଓ ପାସବିକତା ଚାଞ୍ଚଲ୍ୟମାନ ସୃଷ୍ଟି କରେ
କେବେ ଇଚ୍ଛା ହୁଏ ଗଢ଼ିବାକୁ ସମ୍ପର୍କ ଏଇ ସଭ୍ୟ ସମାଜ ସହ
କେବେ ପୁଣି ଭାଙ୍ଗିଯାଏ ମନ, ଥରିଉଠେ ହୃଦୟ ଏଇ ସମାଜର ବିଭତ୍ସତା ଦେଖି
ଜାଣେନା ସମୟ ଆଉ କେତେ କଣ ଦେଖେଇବ
କେତେ ପ୍ରଶ୍ନର ଉତ୍ତର ଆଉ କେତେ ନୂଆ ପ୍ରଶ୍ନ ସୃଷ୍ଟି କରିବ
ଅପେକ୍ଷା ଏବେ ସେଇ ସମୟର,
କେବେ କ୍ଷୟ ହେବାର ତ ଆଉ କେବେ ଅକ୍ଷୟ ରହିବାର କେବେ ମଣିଷର ବିବେକ ଜାଗ୍ରତ କରିବାର
କେବେ ଅପେକ୍ଷା ସତ୍ୟ ଓ ମିଥ୍ୟାର ପରାକାଷ୍ଠା ପ୍ରଦର୍ଶନର
କେବଳ ସେଇ ସମୟର ଅପେକ୍ଷା ଆଉ ଅନ୍ତର ଆଶା।
© Dibyashree