ବଣମଲ୍ଲୀ ର ବାସ୍ନା -
ମମତା ତରତର ହୋଇ ଘର କାମ ସାରି ସ୍କୁଲ ବାହାରି ଚାଲ ଗଲା. ସେଦିନ କିଏ ଜଣେ ଅଫିସର ଙ୍କ ଚେକିଂ ରେ ଆସି ବାର ଥାଏ |ସ୍କୁଲ ରେ ପହଂଚି ପ୍ରାର୍ଥନା ପରେ କାଗଜ ପତ୍ର ରେଡି କରୁ ଥାଏ |ଏଇ ସମୟ ରେ ହଠାତ ଗୋଟେ ବାଇକ ଆସି ସ୍କୁଲ ଫାଟକ ପାଖରେ ଲାଗିଲା |ସେ ସେଇ ଆଡେ ଟିକେ ଚାହିଁ ଦେଇ ପୁଣି ନିଜ କାମରେ ଲାଗି ଗଲା |ଏତିକିବେଳେ ଜଣେ ପ୍ୟାଣ୍ଟ ସାର୍ଟ ପିନ୍ଧା ପିଲା ହଠାତ ଆସି ମମତା ର ପାଦ ଛୁଇଁ ପ୍ରଣାମ କଲା |
ହଠାତ ମମତା ଯଦିଓ ସେ ପିଲାକୁ ଚିନ୍ହି ପାରିଲାନି କିନ୍ତୁ ଭାବିଲା ଯେ ଏ ଆମର ଜଣେ ଛାତ୍ର ନିଶ୍ଚୟ |ବୋଧେ କୁଆଡେଏଇ ବାଟେ ଯାଉଥିବ ତେଣୁ ଦେଖା କରିବାକୁ ଆସିଛି |ଏତିକି ସମୟ ଭିତରେ ପିଲା ଜଣକ ତା ବ୍ୟାଗରୁ ମିଠା ପ୍ୟାକେଟ ଟି ବାହାର କରି ମମତା କୁ ଧରେଇ ଦେଲା |ସେ ମିଠା ପ୍ୟାକେଟ ଦେଖି ଆଶ୍ଚର୍ଯ୍ୟ ହେଇଗଲା, କଣ ପାଇଁ ମିଠା?
ତାପରେ ପିଲାଟି କହିଲା ମାଡାମ ମୋତେ ବୋଧେ ଆପଣ ଚିନ୍ହିପାରୁ ନାହାନ୍ତି ମୁଁ ସୁବଳ ମଣ୍ଡଳ ଝରୀଗାଁ ର |ତାପରେ ମମତା ର ଗୋଟି ଗୋଟି ହୋଇ ସବୁ ମନେ ପଡିଲା |ସେଇ ପିଲା ଯାହା କଥା କାଲି ଖବର କାଗଜ ରେ ପ୍ରକାଶ ପାଇଛି, ଯିଏ ଏଇଠି ତାଙ୍କ ସ୍କୁଲ ରେ ଅଷ୍ଟମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ଥିଲା |
ସବୁବେଳେ ପାଞ୍ଚ କିଲୋ ମିଟର ରାସ୍ତା ଚାଲି ଚାଲି ପାଠ ପଢି ବାକୁ ଆସୁଥିଲା |
ଘରେତାର ବାପା ମାଆ ଆଉ ଭଉଣୀ ଦୁଇ ଜଣ. ଇଏ ବଡ଼ ପୁଅ ଥିଲା, ତେଣୁ ବାପା ମାଆ ଙ୍କୁ କାମରେ ସାହାଯ୍ୟ କରିଥାଏ |...