...

4 views

ଏମିତି କିଛି
କେବେ ନିସ୍ଵତାର ପଥିକ ଭାବେ
ବାଟ ଚାଲିବା ଶିଖିଛ ?
ନା ମୁଁ ତ' କେବେ ଶିଖିନି .....
କିନ୍ତୁ ତୁମର ପ୍ରତାରଣା ମତେ ଚାଲିବାକୁ ବାଧ୍ୟ୍ୟ କରିଛି
କେବେ ବିରହ ଯନ୍ତ୍ରଣାରେ ନିଜକୁ ଜଳେଇ ଦେଖିଛ ?
ନା ମୁଁ ତ' କେବେ ଦେଖିନି .....
ପ୍ରେମର ସୁଗନ୍ଧରେ ଉଡି ବୁଲୁଥିବା ଏ ହୃଦୟଟି କାହିଁକି ଆଜି ସରଳତାର ଶିକାର ହେଲା ତାହାବି ଜାଣିନି।।
ମୋର ନିଜର ସଂଘର୍ଷପୂର୍ଣ୍ଣ ଜୀବନରେ ତୁମର ଆସିବା ଯେତିକି ମତେ ଆଶ୍ଚର୍ଯ୍ୟନ୍ୟୁତ କରିନଥିଲା
ତୁମର ହଠାତ ଚାଲିଯିବା ମୋ ପାଇଁ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଯାଇଥିଲା ?
କିଛି ଅନ୍ତରଙ୍ଗ ମୁହୂର୍ତ୍ତର ସ୍ୱାଦ ହଠାତ ଫିକା ପଡିଯିବା !!
(ଦୋଷ ମୁଁ କାହାକୁ ଦେବି ? )
ସମୟକୁ ନା ନିଜର ଭରଷାକୁ ??
କେବେ ଆପତ୍ତି ନଥିଲା ତୁମେ ଯିବାର -- ଜାଣିଛି ଏ ପ୍ରେମର ବନ୍ଧନ ଆକୃଷ୍ଟ ରୂପକ ମାୟାଜାଲ ଭାବେ କେତେ ଯେ ବ୍ୟକ୍ତିଙ୍କୁ ଆକର୍ଷିତ କରି ଧରି ଆଣିଛି ନିଜ ଅତ୍ତିଆରକୁ ତାହା ଅଷ୍ପଷ୍ଟ ଅଟେ .....
ଧର୍ଯ୍ୟବାନ ମଣିଷଟିଏ ଭାବେ ନିଜ ପାଖେ ପରିଚିତ ଥାଇବି , ଆଜି ଭାଙ୍ଗି ପଡିଛି ନିଜ ଆଗରେ।।
ତୁମ ସହ ଦେଖିଥିବା ସ୍ବପ୍ନ ଭାଙ୍ଗିବାର ଭୟ ମୋର ନାହିଁ ଖାଲି ଯାହା ଭୟ ଅଛି ତୁମର ଅଉପସ୍ଥିତିରେ ମୋର ଏ ଅଭୁଲା ମନଟି କେମିତି ତୁମକୁ ପାଶୋରି ପାରିବ ଆଉ ଆପଣେଇ ନବ ସତ୍ୟତାର ଚରମ ସୀମାକୁ; ଯାହା ଶୀତଦିନର ସ୍ଥିରତା କାକରରେ ସୂର୍ଯ୍ୟ ରୂପି ପ୍ରକାଶ ଉନ୍ମୁକ୍ତ କରିଦେଇ ଥାଏ ସନ୍ଦେହରେ ରାସ୍ତାକୁ.....
© Ritesh Dash