ଅନନ୍ୟା
ଅନନ୍ୟା ନାଆଁ ଟି ଯେମିତି ସେଇ କୁନି ଝିଅଟେ ବି ଠିକ୍ ସେମିତି । ଜାଣେନା ସେ କିଏ କୁଆଡୁ ଆସିଥିଲା ଏବଂ କୁଆଡେ ଯାଉଥିଲା । ସବୁଦିନ ଭଳି ମୁଁ ଯାଉଥିଲି ଲୋକାଲ ବସରେ । ଆଜି ସେଇ ବସରେ ଚଢିଲେ ଏକ ପରିବାର ।ବାପା,ମା, ଅନନ୍ୟା ଆଉ ତାର ଛୋଟ ଭାଇ ଅବା ଭଉଣୀ ମୁଁ ଜାଣିନି ।ସେଇ ଝିଅଟେ ହଠାତ୍ ମୋ ଆଡ଼କୁ ଦେଖୁଥିଲା କିନ୍ତୁ ମୁଁ ଥକିଯାଇ ବସ ର ସିଟ୍ ରେ ଶୋଇଯାଇ ଥିଲି । ଯେତେବେଳେ କିଛି ସମୟ ପରେ ମୋ ଆଖି ଖୋଲିଲା ସେ କୁନି ଝିଅଟି ଆଗ ସିଟ୍ ର ଆଢ଼ୁଆଳରେ ମୋତେ ଦେଖୁଥିଲା ଏକ ଲୟରେ । ଜାଣେନା କଣ ଅବା କୁନି ମନରେ ଥିଲା; କିଛି ପ୍ରଶ୍ନ ନା କୌତୁହଳ। କିନ୍ତୁ ଏମିତି ସେ ଅନବରତ ଚାହୁଁଥାଏ । ମୁଁ ଯେତେ...