...

2 views

VALENTINE'S WEEK...S S N✍️..
ପ୍ରେମ ସପ୍ତାହ (Valentine week)

ବାସ ସରିଯାଉ ରଙ୍ଗ ହଜିଯାଉ
ଫୋପାଡି ଦେବୁନି ପ୍ରୀତିର ଫୁଲ ,
ହୃଦ ଡାଏରୀ ରେ ସାଇତି ରଖିବୁ
ପ୍ରେମର ଗୋଲାପ ଅମୂଲ ମୂଲ...ଏସ୍ ଏସ୍ ଏନେ✍️..
୭ ଫେବୃଆରୀ - ଗୋଲାପ ଦିବସ (Rose day)

ଭଲପାଏ ବୋଲି କହୁଛି କହିବି
ଚାଲୁଥିବା ଯାଏଁ ହୃଦ ସ୍ପନ୍ଦନ ,
ହାତ ଧରି ତୋର ବାଟ ଚାଲୁଥିବି
ସାଥିଟିଏ ହେଇ ସାରା ଜୀବନ...ଏସ୍ ଏସ୍ ଏନେ✍️..
୮ ଫେବୃଆରୀ - ନିବେଦନ ଦିବସ (Propose day)

ପ୍ରେମ ମିଠା ଠାରୁ ଆଉ କେ ଅଧିକ ?
ଚକୋଲେଟ ଟିଏ ବାହାନା ଖାଲି ,
ଖୁଆଇ ଦେବି ମୁଁ ସରାଗରେ ତୋତେ
ପାରିବୁନି ପ୍ରିୟା ଜମାରୁ ଭୁଲି...ଏସ୍ ଏସ୍ ଏନେ✍️..
୯ ଫେବୃଆରୀ - ଚକୋଲେଟ ଦିବସ (Chocolate day)

ଜୀବନେ ମିଳିବ କେତେ ଉପହାର
ଭାଲୁ କଣ୍ଢେଇଟି ପ୍ରିୟ ତୋ ଭାରି ,
ତାକୁ ଯେତେ ଗେଲ କରୁଛୁ ତୁହି ଯେ
ସେତେ ଗେଲ ମୋତେ କରିବୁ ଗୋରୀ...ଏସ୍ ଏସ୍ ଏନେ✍️..
୧୦ ଫେବୃଆରୀ - ଭାଲୁ କଣ୍ଢେଇ ଦିବସ ( Teddy day)

ପ୍ରତିଜ୍ଞା କରୁଛି ଦିଗପାଳ ସାକ୍ଷୀ
କରିବିନି କେବେ ଆଖି ତୋ ଓଦା ,
ଲୁହ ତୋ ଝରିବ ସେଇ ଦିନ ପ୍ରିୟା
ଯେବେ ହେବି ଏଇ ସଂସାରୁ ବିଦା...ଏସ୍ ଏସ୍ ଏନେ✍️..
୧୧ ଫେବୃଆରୀ - ପ୍ରତିଜ୍ଞା ଦିବସ (Promise day)

ଜୀବନେ ଆସିଲେ ଝଡ଼ଝଂଜା ଯେତେ
କେବେ ମୁହିଁ ଜମା ଯିବିନି ଡରି ,
ଯଦି ଡରିଯାଏ କୁଣ୍ଢେଇ ଧରିବୁ
ଆଲିଙ୍ଗନେ ଡର ଯିବି ପାସୋରି...ଏସ୍ ଏସ୍ ଏନେ✍️..
୧୨ ଫେବୃଆରୀ - ଆଲିଙ୍ଗନ ଦିବସ (Hug day)

ଓଠେ ଭରିଦେବି ଖୁସିର ଜୁଆର
ଗାଲେ ଦେଇ ତୋର ପ୍ରୀତି ଚୁମ୍ବନ ,
ମାନସୀ ଗୋ ତୋତେ ମନ ମୁଁ ଦେଇଛି
ଲୋଡା ହେଲି ଦେବି ଏଇ ଜୀବନ...ଏସ୍ ଏସ୍ ଏନେ✍️..
୧୩ ଫେବୃଆରୀ - ଚୁମ୍ବନ ଦିବସ ( Kiss day)

ପ୍ରେମର ଆଦର ସଭିଏଁ କରନ୍ତୁ
ପ୍ରେମମୟ ହେଉ ବିଶ୍ଵ ଭୁବନ ,
ପ୍ରେୟସୀ ସାଥିରେ ଦୀନ ପ୍ରେମିକ ମୁଁ
କରଇ ପ୍ରାର୍ଥନା ଚକା ନୟନ...ଏସ୍ ଏସ୍ ଏନେ✍️..
୧୪ ଫେବୃଆରୀ - ପ୍ରେମ ଦିବସ (Valentines day)