...

1 views

- ଏମିତି ବି ପ୍ରେମ ହୁଏ - ଅଭିମାନୀ ମନଟିଏ ଏସ୍ ଏସ୍ ଏନେ✍️..
ଏମିତି ବି ପ୍ରେମ ହୁଏ !
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସରିବା ପରେ , ସୁମି ଯାଇଥିଲା ବୁଲି ରାଉରକେଲା , ତାର ବଡ଼ ବାପାଙ୍କ ପାଖକୁ । ତା ଆସିବା ଖବର ଶୁଣି , ବଡ଼ ବାପାଙ୍କ ଝିଅ ବଡ ନାନୀ ମଧ୍ୟ ଆସିଲେ ହଷ୍ଟେଲରୁ ତାକୁ ଦେଖା କରିବା ପାଈଁ ।
ଦିନେ ରବିବାରେ ଦୁଇ ଭଉଣୀ ବୁଲି ଗଲେ ହନୁମାନ ବାଟିକା । ଏମିତି ବୁଲୁ ବୁଲୁ ହଠାତ୍ ଦେଖା ହେଲା , ସୁମିର ବଡ଼ ଭଉଣୀଙ୍କ +୨ ବେଳର ଜଣେ ପୁଅ ସାଙ୍ଗ ସହ । ଦୁଇ ସାଙ୍ଗ ଏତେ ଦିନ ପରେ ଦେଖା ସାକ୍ଷାତ ହେଇଛି ଯେତେ ବେଳେ ବହୁତ୍ ସମୟ ଗପିବାରେ ଲାଗିଗଲେ । ହେଲେ ସୁମିକୁ ଏକା ଲାଗୁଥିଲା , କାହିଁକି ନା ସେ ବୁଲି ଆସିଥିଲା , ହେଲେ ତା ଭଉଣୀ ତା ସାଙ୍ଗ ସହ କଥାରେ ମଜିଛି । ସୁମି ଟିକେ ଦୁରେଇ ଯାଇ ଏକା ଏକା ବୁଲୁଥିଲା କିଛି ସମୟ ପରେ ସୁମିକୁ ଲାଗିଲା କେହି ଜଣେ ତା ପଛରେ ଆସୁଛନ୍ତି । ହଠାତ୍ ପଛକୁ ଚାହିଁ ଦେଖେ ତ , ବଡ଼ ଭଉଣୀର ସାଙ୍ଗ ବିବେକ୍ । ସୁମି - ଆପଣ ???
ବିବେକ - ହଁ ମୁଁ । କାହିଁ ଡରିଗଲ କି ?
ସୁମି - ନାଇ ହେଲେ ଆପଣ ତ ନାନୀ ସହ କଥା ହେଉଥିଲେ ।
ବିବେକ - କଥା ତ କେତେ ବେଳୁ ସରିଲାଣି , ତୁମକୁ ନଜର ରଖିବାକୁ କହି , ତୁମ ନାନୀ ଟିକେ ବାହାରକୁ ଗଲେ ଜରୁରୀ କାମରେ ।
ନା ସେତେ ବେଳେ ସୁମି ପାଖେ ମୋବାଇଲ ଫୋନ ଥିଲା , କେମିତି ପଚାରିବା ତା ନାନୀକୁ , କୁଆଡେ ଗଲା କାହିଁକି ଗଲା.... ଏମିତି ଅନେକ ଚିନ୍ତାରେ ପଡ଼ିଗଲା ସେ ।
ହଠାତ୍ ବିବେକ - ଆରେ ଡର ନାହିଁ , ମୁଁ ତୁମକୁ କୁଆଡେ ନେଇଯିବିନି ଯେ ଏତେ ଡରି ଗଲଣି । ଚାଲ ବୁଲି ବୁଲି କଥା ହେବା ସମୟ ଜଣା ପଡ଼ିବନି , ସେତେ ବେଳେ ତୁମ ନାନୀ ବି ଆସି ଯାଇଥିବେ। ସୁମି , ହଁ କି ନା କଣ କହିବ , ଚୁପ୍ ହୋଇ ଆଗେଇ ଚାଲିଲା ବିବେକ ସହ ପାଦ ମିଶେଇ । ବିବେକ ତାକୁ ଅନେକ କିଛି ପ୍ରଶ୍ନ ପଚାରି ଚାଲି ଥାଏ , ଆଉ ସୁମି ହଁ ନାହିଁ ରେ ଉତ୍ତର ଦେଇ , ନାନୀ ଆସିବାର ସମୟକୁ ଅପେକ୍ଷା କରିଥାଏ । ଟିକେ ଥକି ପଡ଼ି ବିବେକ କହିଲା , ଚାଲ ବସି କଥା ହେବା । ସୁମିକୁ ବସେଇ ଦେଇ ବିବେକ ତା ପାଇଁ ଆଇସ କ୍ରିମ , ଚକୋଲେଟ୍ ଓ ଗୋଟିଏ ପାଣି ବୋତଲ ଆଣି ଆସିଲା ।
ସୁମି - ଏସବୁ ମୋର ଆବଶ୍ୟକ ନାହିଁ ।
ବିବେକ - ପାଖା ପାଖି ଗୋଟିଏ ଘଣ୍ଟା ହେଲାଣି , ବାହାରକୁ ଆସିଛ ଟିକେ କିଛି ଖାଇନିଅ ।
ସୁମିକୁ ବି ସତରେ ଭୋକ ଲାଗୁଥିଲା ହେଲେ ଲାଜରେ ନା ନା କହି , ଶେଷରେ ଆଇସ କ୍ରିମକୁ ଖୋଲି ବିବେକକୁ ବି ଖାଇବାକୁ କହିଲା । ଦୁହେଁ ମିଶି ଆଇସ କ୍ରିମ ଟିକୁ , ଖାଇବା ପରେ , ସୁମି ଡବା ଟିକୁ ଫୋପାଡିବାକୁ ଯାଉଥିଲା , ବିବେକ୍ - ଆରେ ମୋତେ ଏଇଟା ଦରକାର ଅଛି । ଫୋପାଡି ନ ଦେଇ ମୋତେ ଦିଅ । ଏ ସମୟ ମଧ୍ୟରେ ନାନୀ ଆସି ପହଁଚି ଗଲେ , ଚାଲ ଘରକୁ ଯିବା। ବିବେକ ବି ସୁମିକୁ ନିଜର ଯତ୍ନ ନେବ , ମୋତେ ଭୁଲି ଯିବନି କହି , ଚାଲିଗଲା । ହେଲେ ସୁମି ଏସବୁ ଏତେ ଦରକାର କଥା ନ ଭାବି ଭୁଲି ଯାଇଥିଲା ସମୟ ସହ । ୧ମାସର ରହଣି ଭିତରେ କେବେ କେବେ ବିବେକର କଲ ଆସୁଥିଲା ତା ନାନୀର ଫୋନ୍ କୁ , ଆଉ ସୁମି ବଡ଼ ଭଉଣୀର ସାଙ୍ଗ ହିସାବ ରେ କଥା ବି ହୋଇ ଯାଉଥିଲା । ସୁମି ରାଉରକେଲାରୁ ଘରକୁ ଆସିଲା । ନିଜର ୧୦ ବୋର୍ଡ ପରୀକ୍ଷାରେ ପ୍ରଥମ ସ୍ଥାନ ଉତ୍ତୀର୍ଣ୍ଣ ହୋଇଥିଲା । ରାଉରକେଲାରେ ଥିବା ସମୟେ ବଡବାପା ଡିପ୍ଲୋମା ଏଣ୍ଟ୍ରାନ୍ସ ପାଇଁ ବହି କିଣିଦେଇଥିଲେ , ସେଥିରେ ମଧ୍ୟ ସେ କୃତକାର୍ଯ୍ୟ ହୋଇଗଲା । ବାପା ତାର ଡିପ୍ଲୋମା ପାଠ ପଢିବା ପାଇଁ ମଧ୍ୟ ନାମ ଲେଖାଇ ଦେଲେ । ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ତାର ନାମ ଲେଖା ହେଲା , ହଷ୍ଟେଲରେ ରହି ତାର ଡିପ୍ଲୋମା ପାଠ ପଢା ପଢ଼ି ଆରମ୍ଭ ହେଲା । ବିବେକକୁ ସୁମିର ଖବର , ସୁମିର ନାନିଠୁ ମିଳି ଯାଉଥିଲା । ଆଉ ବିବେକ ସୂମିକୁ ପ୍ରଥମ ଦେଖରେ ଭଲ ପାଇ ବସିଥିଲା , ଏତେ ଶାନ୍ତ ସରଳ ମିଷ୍ଟ ଭାଷୀ ଝିଅ ସତରେ ଭାବୁଥିଲା । ସୁମିକୁ ବିବେକ ଭଲ ପାଉଛି , ସୁମିକୁ ଆଭାସ ବି ନ ଥିଲା । ପ୍ରଥମ ବର୍ଷର ହଷ୍ଟେଲ ରହଣି ପରେ , ସୁମିକୁ ଏକ ନୋକିଆ ୧୬୦୦ ମୋବାଇଲ ଦିଆହେଲା , କାହିଁକି ନା , ହଷ୍ଟେଲରେ ଲେଣ୍ଡଲାଇନକୁ କଲ୍ କଲେ , କେବେ ଡାକୁଥିଲେ ତ କେବେ ନାହିଁ । ବାପା ମାଆଙ୍କର ଗେହ୍ଲା ଝିଅ ପ୍ରଥମ କରି ବାପା ମାଆ ଙ୍କୁ ଛାଡି ହଷ୍ଟେଲ ଜୀବନ ଅତିବାହିତ କରିଥିଲା । ବହୁ ଦୁଃଖ କଷ୍ଟ ହେଲେ ବି କାହାକୁ ନ କହି ସହି ଯାଉଥିଲା । ଦଶହରା ଛୁଟିରେ ଘରକୁ ଆସିଥିଲା ସୁମି , ବାପା ତାକୁ ମୋବାଇଲ କିଣିଦେଲେ । ଘରେ ୧୦ ଦିନ ରହି ଯିବା ସମୟରେ , ପ୍ରାୟ ଘର ଲୋକ ତା ନମ୍ବରଟିକୁ ନିଜ ପାଖେ ରଖି ନେଇଥିଲେ , ସୁମି ସହ କଥା ହେବା ପାଇଁ । ଇତି ମଧ୍ୟରେ ସୁମି ହଷ୍ଟେଲ ପହଞ୍ଚି , ନିଜ ରୁମ୍ ସଜାଡି ବସିଲା । ମାଆକୁ କଲ କରି ଜଣାଇଲା ଯେ ବାପା ତାକୁ ହଷ୍ଟେଲରେ ଛାଡି ଗଲେଣି । ମାଆ ସହ କଥା ହୋଇସାରି ସୁମି ଝରକା ଦେଇ ବାହାରକୁ ଚାହିଁ ରହିଥାଏ , ଘରେ ରହି ଆସିବା ପରେ ହଷ୍ଟେଲରେ ପୁଣି ଏକା ଲାଗୁଥିଲା ତାକୁ । କିଛି ସମୟପରେ ଫୋନ ରେ କଲ ଆସିବା ଜାଣି , ଦେଖେ ତ କେହି ଜଣେ ଅଜଣା ତାକୁ କଲ୍ କରିଛି । ସେତେ ବେଳେ ଘରୁ ତାଗିଦ୍ ଥିଲା , ସେଭ୍ ନ ଥିବା ନମ୍ବରରୁ କଲ୍ ଆସିଲେ , ଫୋନ ଉଥେଇବୁନି। ତଥାପି , ସୁମି କଲ୍ ଟିକୁ ଉଠେଇବା କ୍ଷଣି , କେମିତି ଅଛର ପ୍ରଶ୍ନ !
ସୁମି - ଜାଣି ବି ଜାଣି ପାରୁ ନ ଥିଲା , କାହିଁକି ନା ସେ ବିବେକ ସହ କେଇ ଘଣ୍ଟା ସିନା କଥା ହୋଇଥିଲା ସାମ୍ନାରେ , ହେଲେ ପ୍ରଥମ କରି ଫୋନରେ ତାକୁ ଜାଣିବ କେମିତି ! ଟିକିଏ ଚୁପ୍ ରହି ପାଟି ବାରିବାକୁ ଲାଗୁଥାଏ ,
ବିବେକ - ଆରେ କଣ ଏତେ ଚିନ୍ତାରେ ତୁମେ... ମୁଁ ସେଇ ବିବେକ ତୁମ ନାନୀର ସାଙ୍ଗ , ମନେ ପଡ଼ିଲା !
ସୁମି - କଣ କହିବ କଣ ନାହିଁ ବୁଝି ପାରୁ ନ ଥିଲା ।
ବିବେକ - ହଉ ଛାଡ଼ ଏତେ ଭାବନି , ଆଉ ପଢା ପଢ଼ି କେମିତି ଚାଲିଛି , ସେଠିକା ପରିବେଶ କେମିତି... ଏମିତି କିଛି ପ୍ରଶ୍ନ ପଚାରି ଗଲା । ସୁମି ହଁ ସବୁ ଭଲ ଗୋଟିଏ ବାକ୍ୟ ରେ ଉତ୍ତର ରଖିଲା । ବିବେକ ଟିକିଏ ହସି କହିଲା - ଆଜି ବି ତୁମେ ଡରୁଛ କଥା ହେବାକୁ ? ସୁମି - ଆପଣ କେମିତି ମୋ ମୋବାଇଲ ନମ୍ବର ?
ବିବେକ - ଥାଉ ଥାଉ ଏଇଟା ପଚାରିବା ଦରକାର ନାହିଁ ।
ତୁମ ନାନୀ ଠୁଁ ନମ୍ବର ନେଇଥିଲି , ଶୁଣିଲି ତୁମେ ଘର ଛାଡ଼ି ହଷ୍ଟେଲରେ ରହିଲଣି । କେବେ କେମିତି ପଢା ପଢ଼ି ଚାଲିଛି ଜାଣିବା ପାଇଁ ବାସ । ବିବେକ କିଛି ଆଉ ପଚାରିବା ପୂର୍ବରୁ , ସୁମି ମୁଁ ପରେ କଥା ହେବି କାହିଁ ଫୋନ୍ କାଟି ଦେଇଥିଲା । ହେଲେ ବିବେକ ଧୀରେ ଧୀରେ କରି କଥା ହେବାକୁ ଲାଗିଲା , ସୁମିକୁ ମଧ୍ୟ ବିବେକ ସହ କଥା ହେବାକୁ ଭଲ ଲାଗୁଥିଲା । ଏମିତି ସମ୍ପର୍କ ଟିକେ ବଢ଼ିବାକୁ ଲାଗିଲା । ଆଉ ବିବେକ ସୁମିକୁ ନିଜ ଜୀବନ ସାଥି କରିବା ନେଇ ଭାବି ଦେଇଥିଲା । ଦ୍ୱିତୀୟ ବର୍ଷ ସେମିଷ୍ଟର ଛୁଟିରେ ସୁମି ଏକା ଆସୁଥିବା ଜାଣି ସୁମିକୁ ସରପ୍ରାଇଜ ଦେବା ପାଇଁ ସେ ବି ଗୋଟେ ଦିନ ଆଗରୁ ଭୁନେଶ୍ବରରେ ତା ଭାଇ ଙ୍କ ପାଖେ ଆସି ପହଁଚି ଯାଇଥିଲା ।
ସୁମି , ଟ୍ରେନ ରେ ବସିବା ବେଳ ଠୁଁ ଖୋର୍ଦ୍ଧା ପହଞ୍ଚିବା ପର୍ଯ୍ୟନ୍ତ ବାର ବର୍ କଲ୍ କରି ବିବେକ ପଚାରି ଚାଲୁଥାଏ ସୁମିର ଖବର । ହେଲେ ସୁମିକୁ , ଟିକିଏ ହେଲେ ଜଣା ନ ଥିଲା , ବିବେକ ତାକୁ ଦେଖା କରି ଆସୁଛି । ଖୋର୍ଦ୍ଧା ଷ୍ଟେସନରେ ପହଞ୍ଚିବା ପରେ ସୁମିକୁ ବିବେକ କହିଲା , ଭୁବନେଶ୍ବର ଷ୍ଟେସନକୁ , ମୁଁ ଆସୁଛି ତୁମକୁ ଦେଖା କରି ।
ସୁମି ବିଶ୍ୱାସ କରି ପାରୁ ନ ଥାଏ , ହେଲେ ମନରେ ଖୁସି ଭରି ରହିଥାଏ । କାହିଁକି ନା ସେ ବିବେକ ପ୍ରତି ଆକର୍ଷିତ ହୋଇଥିଲେ ବି , ନିଜକୁ ମିଛ ଆଉ ପାଠ ପଢିବା ଲକ୍ଷ୍ୟ ରେ ଭୁଲେଇ ଦେଉଥାଏ ମନର ଅକୁହା ଆନ୍ଦୋଳନ । ଅପେକ୍ଷା କରି ରହିଲା ସୁମି , କେତେ ବେଳେ ଭୁବନେଶ୍ୱର ସେ ପହଞ୍ଚିବ । ସମୟ ଦେଖି ଦେଖି ପହଞ୍ଚି ଗଲା , ହେଲେ ବିବେକ ଆଉ ଆସିଲା ନାହିଁ । ସୁମି କଲ୍ କରି କରି ମନ ଦୁଃଖରେ ରହିଲା , କାହିଁକି ନା ବିବେକ ତା ଫୋନର ଉତ୍ତର ଆଉ ଦେଉ ନ ଥିଲା ।
ଘରେ ଛୁଟି ସାରି ସୁମି ପୁଣି ୩ ବର୍ଷ ପାଠ ପଢା ପାଇଁ ହଷ୍ଟେଲରେ ପହଂଚି ଗଲା । ଠିକ୍ ସମାନ ବାପା ନେଇ ଛାଡି ଆସିଲେ ତାକୁ। ମାଆକୁ ପହଞ୍ଚି ଜଣାଇ ଦେଲା ଭଲରେ ପହଞ୍ଚି ଗଲା ବୋଲି । ହେଲେ ମନରେ ଖୋଜୁଥିଲା ବିବେକକୁ । ଅନେକ ଥର କଲ କରେ , କେହିବି ଉତ୍ତର ଦେଉ ନ ଥିଲେ ତା ଫୋନ ର । ବଡ ଭଉଣୀକୁ ପଚାରିବ ଭାବେ , ହେଲେ କାହିଁକି ପଚାରୁଛି ବୋଲି ନାନୀ କାଳେ ଓଲଟା ପ୍ରଶ୍ନ ପଚାରି ଦେବ ଭାବି ପଚାରେ ନାହିଁ ସୁମି ।
କିଛି ଦିନରେ ଅନ୍ତରରେ ନାନୀର କଲ୍ ଆସିଲା , କଥା ହେବା ସମୟରେ ନାନୀ ନିଜେ କହି ଆସିଲା , ଜାଣୁ ସୁମି ମୋର ଯଉ ସାଙ୍ଗ ସହ ତୋତେ ଦେଖା କରି ନ ଥିଲି , ତାର ଏକ୍ସିଡେଣ୍ଟରେ ଡେଥ୍ ହୋଇଗଲା ।
ତା ଭାଇ କହୁଥିଲେ , ସେ କାର ନେଇ ଯାହାକୁ ଭଲ ପାଉଥିଲା , ତା ସହ ଦେଖା କରିବାକୁ ପ୍ରଥମ ଥର ଯାଉଥିଲା । ଆଉ ସେ ଝିଅ ପାଇଁ ସେ ଗୋଟିଏ ନାଲି ରଙ୍ଗର ଶାଢ଼ୀ ବି କିଣି ନେଇଥିଲା । ସୁମି କଣ ଉତ୍ତର ଦେବ କିଛି ନ କହି ନାନୀର କଲ୍ ଟି କୁ କାଟି ଦେଇ ଚୁପ୍ ରହିଗଲା । ମନରେ ଅନେକ ପ୍ରଶ୍ନ ଆଜିବି , ନା କାହାକୁ ପଚାରୁଛି ନା କହୁଛି ନିଜର ମନର କଥା । ହେଲେ , ବିବେକର ଏକ୍ସସିଡେଣ୍ଟ କଥା ଶୁଣିବା ଦିନଠୁ , ବୁଝି ଯାଇଥିଲା , ହଁ ସେ ବି ବିବେକ କୁ ଭଲ ପାଇଯାଇଥିଲା । ନ ହେଲେ ଆଜି ଏ ଯନ୍ତ୍ରଣା କାହା ଅନୁପସ୍ଥିତିର ତାକୁ ମର୍ମାହତ କରି ଦେଇଛି ।

ସତରେ , ସେ ନିଜେ ଅନୁଭବି ଥିଲା... ନ କହି ବି ପ୍ରେମ ହୋଇଥିଲା ❤️...ଏସ୍ ଏସ୍ ଏନେ✍️..

- ପ୍ରେମ_ଏମିତି_ବି_ହୁଏ🥰