...

3 views

ବ୍ରହ୍ମହପୁର
ଶହେ ବର୍ଷ ପୂର୍ବେ ଇତିହାସ ପୃଷ୍ଠାରେ #ବ୍ରହ୍ମପୁର ସହରର ୧୯୨୧ରେ ଚ଼ିତ୍ର ୨୦୨୧ରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବିସ୍ମୟକର । ବିଶେଷକରି ୨୦ ବର୍ଷରୁ ୫୦ ବର୍ଷ ବୟସ୍କ, ଅର୍ଥାତ ୧୯୭୦ରୁ ୨୦୦୦ ମଧ୍ୟରେ ଜନ୍ମିତ ଯୁବ ଓ ପ୍ରାପ୍ତ-ବୟସ୍କଙ୍କ ଅନୁଭୂତି ବର୍ହିଭୂତ ।

ଭାରତରେ ସର୍ବପ୍ରଥମେ ୧୮୭୧ରେ ଜନଗଣନା ଆରମ୍ଭ ହୋଇଥିଲା । ତତପର ପ୍ରତି ଦଶ ବର୍ଷରେ ଜନଗଣନା ଆୟୋଜନ କରାଯାଇ ତଥ୍ୟ ଲିପିବଦ୍ଧ ହୁଏ । ୧୯୨୧ରେ ଜନଗଣନା ଅନୁଯାୟୀ ଗଞ୍ଜାମରେ ପ୍ରତି ଦଶ ହଜାର ଲୋକସଂଖ୍ୟାରେ ଓଡ଼ିଆଙ୍କ ସଂଖ୍ୟା ୫,୦୭୬ ଏବଂ ତେଲୁଗୁଙ୍କ ସଂଖ୍ୟା ୪,୫୪୮ । ଅର୍ଥାତ ବ୍ରହ୍ମପୁରରେ ପ୍ରାୟ ଅର୍ଦ୍ଧେକ ତେଲୁଗୁ ଭାଷାଭାଷୀ ବସବାସ କରୁଥିଲେ । ବିଗତ ଶହେ ବର୍ଷ ମଧ୍ୟରେ ଓଡ଼ିଆ ଭାଷାଭାଷୀ ଜନସଂଖ୍ୟା ବିପୁଳ ବଢ଼ିଛି । ଭାଷାର କୋଳାହଳରେ ସହରର ଜନଜୀବନ ପ୍ରଭାବିତ ହୋଇଥାଏ । ଅତଏବ ଶହେ ବର୍ଷ ପୂର୍ବେ ବ୍ରହ୍ମପୁର ସହରର ପରିବେଶ ବହୁଦୃଷ୍ଟିରୁ ଭିନ୍ନ ଥିବା ସ୍ୱତଃସିଦ୍ଧ ।

ଅବଶ୍ୟ ୧୯୧୧, ୧୯୨୧ ଓ ୧୯୩୧ ଜନଗଣନାରେ ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲା ମାଡ୍ରାସ ପ୍ରଦେଶ ଶାସନାଧୀନ ଥିବା ହେତୁ ଓଡ଼ିଆ ଭାଷାଭାଷାଙ୍କ...